ଓଡିଶା

ଆର ଉଦୟଗିରି ହାଟ ବନ୍ଦ

ଆର.ଉଦୟଗିରି: ଆର୍.ଉଦୟଗିରି ଓ ସେରଙ୍ଗ ଥାନା ଖଜୁରିପଦା ଫାଣ୍ଡି ପକ୍ଷରୁ ଲକ୍ଡାଉନ ଯୋଗୁ ଯାନବାହନ ଯାଞ୍ଚ କଡ଼ାକଡ଼ି କରିବା ସହ ସଚେତନତା ଜାରି ରଖାଯାଇଛି । ସୋମବାର ଆର୍.ଉଦୟଗିରି ହାଟ ବନ୍ଦ ଥିବାବେଳେ ମଙ୍ଗଳବାର ନୂଆଗଡ ସାପ୍ତାହିକ ହାଟ ଓ ବୁଧବାର ଖଜୁରିପଦା ହାଟ ବନ୍ଦ ରହିଛି । ପୋଲିସ ଭିଡ ନ କରିବାକୁ ପ୍ର·ର କରୁଥିଲେ ମଧ୍ୟ କିଛି ଅଞ୍ଚଳରେ ଲୋକେ ମାନୁ ନାହାନ୍ତି । କିଣାବିକା ପାଇଁ ଆର.ଉଦୟଗିରି, ଖଜୁରିପଦା ଓ ନୂଆଗଡ ଆସୁଛନ୍ତି । ଆର୍.ଉଦୟଗିରି ଥାନା ଅଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ଅତାରସିଂ ଛକ ଓ ଖଜୁରିପଦା ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ଛକଠାରେ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।

Related posts

ଆଜି ପବିତ୍ର ବୈଶାଖ ଶୁକ୍ଳ ଅଷ୍ଟମୀରେ ଠାକୁରଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ

mahabharatanews

ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ

mahabharatanews

ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୟାପଲ୍ଲୀରେ ବୃକ୍ଷରୋପଣ

mahabharatanews