Uncategorized

ଆଲିଗଡ ମୁସଲିମ ୟୁନିଭରସିଟି ଜାନୁଆରୀ ୫ ଯାଏ ବନ୍ଦ

(ଆଲିଗଡ): ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟିର ଛାତ୍ର ଓ ପୋଲିସ ମୁହାମୁହିଁ ହେବା ପରେ ଏଠାରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟକୁ ଆସନ୍ତାବର୍ଷ ଜାନୁଆରୀ ୫ ତାରିଖ ଯାଏଁ ବନ୍ଦ ଘୋଷଣା କରି ଦିଆଯାଇଛି । ବିଶ୍ୱବିଦ୍ୟାଳୟ ପରିସର ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ରହିଛି । ପୋଲିସ ଏଠାରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି । ତେଣୁ ପରିସ୍ଥିତି ସ୍ୱାଭାବିକ ହେବା ଯାଏ ଏହା ବନ୍ଦ ରହିବ । ଜାନୁଆରୀ ୫ ତାରିଖରେ ଖୋଲିବା ପରେ ପରୀକ୍ଷା ଓ ଅନ୍ୟ କାର୍ଯ୍ୟକ୍ରମର ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ଅବଦୁଲ୍ ହମିଦ ଗଣମାଧ୍ୟମକୁ କହିଛନ୍ତି ।

Related posts

ପାକିସ୍ତାନର ୩ ନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

mahabharatanews

ଅମ୍ଫାନ ମୁକାବିଲା: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ନରେଲା ଶିଳ୍ପାଞ୍ଚଳ ଜୋତା କାରଖାନାରେ ଅଗ୍ନିକାଣ୍ଡ

mahabharatanews