Uncategorized

ଆଲିଗଡ ମୁସଲିମ ୟୁନିଭରସିଟି ଜାନୁଆରୀ ୫ ଯାଏ ବନ୍ଦ

(ଆଲିଗଡ): ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟିର ଛାତ୍ର ଓ ପୋଲିସ ମୁହାମୁହିଁ ହେବା ପରେ ଏଠାରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟକୁ ଆସନ୍ତାବର୍ଷ ଜାନୁଆରୀ ୫ ତାରିଖ ଯାଏଁ ବନ୍ଦ ଘୋଷଣା କରି ଦିଆଯାଇଛି । ବିଶ୍ୱବିଦ୍ୟାଳୟ ପରିସର ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ରହିଛି । ପୋଲିସ ଏଠାରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି । ତେଣୁ ପରିସ୍ଥିତି ସ୍ୱାଭାବିକ ହେବା ଯାଏ ଏହା ବନ୍ଦ ରହିବ । ଜାନୁଆରୀ ୫ ତାରିଖରେ ଖୋଲିବା ପରେ ପରୀକ୍ଷା ଓ ଅନ୍ୟ କାର୍ଯ୍ୟକ୍ରମର ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ଅବଦୁଲ୍ ହମିଦ ଗଣମାଧ୍ୟମକୁ କହିଛନ୍ତି ।

Related posts

ପ୍ଲାଷ୍ଟିକ ବିରୋଧରେ କେରଳ ସରକାରଙ୍କ ଅଭିଯାନ

mahabharatanews

ତୃତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ: ପ୍ରଥମ ଦିନରେ ୧.୫୫ କୋଟି ପଞ୍ଜିକରଣ

mahabharatanews

କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews