Uncategorized

କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଗୋଷ୍ଠୀ ସଂକ୍ରମଣରେ ପହଞ୍ଚିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ରିପୋର୍ଟକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଦୀର୍ଘ ଦିନ ହେବ ଏହି ରିପୋର୍ଟକୁ କେନ୍ଦ୍ର ମନ୍ତ୍ରୀ ଅସ୍ୱୀକାର କରି ଆସୁଥିଲେ । ତେବେ ଏହି ଗୋଷ୍ଠୀ ସଂକ୍ରମଣ କିଛି ରାଜ୍ୟର ଅଳ୍ପ ଜିଲ୍ଲାରେ ଦେଖିବାକୁ ମିଳିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।। ପଶ୍ଚିମବଙ୍ଗରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ପ୍ରତିକ୍ରିୟା ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହୁଛି । କେରଳରେ କରୋନ ସଂକ୍ରମଣର ଗତି ଦ୍ରୁତ ଗତିରେ ବଢ଼ୁଛି । ଏଥିନିମନ୍ତେ ରାଜ୍ୟବାସୀଙ୍କ ଖାମଖିଆଲ ମନୋଭାବ ଦାୟୀ । ଓନାମ ପର୍ବ ସମଗ୍ର ରାଜ୍ୟରେ ଧୁମଧାମରେ ପାଳିତ ହୋଇଥିବା ବେଳେ ସେ ସମୟରେ ରାଜ୍ୟବାସୀ କରୋନା ଗାଇଡଲାଇନ୍‌ର ଖୁଲମଖୁଲା ଉଲ୍ଲଘଂନ କରିଥିଲେ। ଯାହାର ମୂଲ୍ୟ ଏବେ ସମଗ୍ର ରାଜ୍ୟବାସୀ ଦେଉଥିବା ସେ ଚେତାଇ ଦେଇଛନ୍ତି। ତେବେ ସାରା ଦେଶରେ ଏପରି ସ୍ଥିତି ଉପୁଜି ନାହିଁ ବୋଲି ସେ କହିଛନ୍ତି।

Related posts

ଅମିତ ଶାହଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

mahabharatanews

ଦେଶକୁ ଆତ୍ମନିର୍ଭରଶୀଳ ଦିଗରେ ଖର୍ଚ୍ଚହେବ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା

mahabharatanews

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

mahabharatanews