ଓଡିଶା

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ବସ

(ମହାଭାରତ/ଭୁବନେଶ୍ୱର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍ ଓ ଟ୍ୟାକ୍ସି । ଯାତ୍ରୀବାହୀ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ସିଟ୍‌ ମୁତାବକ ଯାତ୍ରୀବାହୀ ବସ୍ ରେ ଯାତ୍ରୀ ପରିବହନ ହୋଇପାରିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯାତ୍ରା କରିବେ। ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ ନାହିଁ ବୋଲି ଏସ୍‌ଆର୍‌ସି କହିଛନ୍ତି । ସେହିପରି ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନଚେତ୍ ଦଣ୍ଡିତ ହେବେ । ଯଦି କୌଣସି ଯାତ୍ରୀଙ୍କ କରୋନା ଲକ୍ଷଣ ଥିବ ସମ୍ପୃକ୍ତ ଯାତ୍ରୀ ବସ୍‌ରେ ଯାତ୍ରା କରିପାରିବେ ନାହିଁ । ଏହାସହ ଯାତ୍ରୀଙ୍କୁ ନିଜ ପାଖରେ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Related posts

 ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ଶୈବ ପୀଠ

mahabharatanews

ବିଭିନ୍ନ ଦାବି ନେଇ ‘ଓଷ୍ଟା’ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୧୪୭୦ ନୂଆ କରୋନାରେ ସଂକ୍ରମିତ

mahabharatanews