ଭାରତ

“ଆସନ ମୋହ ଛାଡି ପାରୁନି ଆପ'”: ଗୌରବ ଭାଟିଆ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ଜେଲରେ ରହିବେ। ଏହାପରେ ତାଙ୍କର ଜାମିନ୍ ଆବେଦନ ନେଇ ଶୁଣାଣି କରାଯିବ। ଏପରିସ୍ଥଳେ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସେ ଆସନ ମୋହ ଛାଡିପାରୁନଥିବା ବିଜେପି ଟାର୍ଗେଟ କରିଛି ।

ସୂଚନାନୁଯାୟୀ , ଗୌରବ ଭାଟିଆ କହିଛନ୍ତି, କ୍ରେଜିୱାଲଙ୍କୁ ଇଡ଼ି ପକ୍ଷରୁ ୯ ଥର ସମନ ଜାରି କରାଯାଇଥିଲା। କିନ୍ତୁ ଦିଲ୍ଲୀର କ୍ଷମତା ମୋହରେ ଅନ୍ଧ ଥିବା ମୁଖ୍ୟମନ୍ତ୍ରୀ ନିଜ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ବି ଏହାକୁ ବେଖାତିର କରିଥିଲେ। ଗିରଫ ନ ହେବା ପାଇଁ ସେ ବିଭିନ୍ନ ଉଦ୍ୟମ ଗ୍ରହଣ କରିଥିଲେ। କିନ୍ତୁ ହାଇକୋର୍ଟ କହିଥିଲେ ମଦ ନୀତି ଦୁର୍ନୀତିରେ ଆପଣ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ତାଙ୍କ ଗିରଫ ନେଇ ବିରୋଧୀ ଦଳ ବିଜେପି ଅଣ-ସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ କାର୍ଯ୍ୟ କରୁଥିବା‌ ଅଭିଯୋଗ କରିଛନ୍ତି। କିନ୍ତୁ ଲୋକ ଦୁର୍ନୀତି ଶେଷ ହୋଇଥିବା କହୁଛନ୍ତି।

Related posts

ଜି-୨୦ ସମ୍ମିଳନୀ; ଆୟୋଜିତ ହେବ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ବିକ୍ରି ମେଳା

mahabharatanews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

G -20 ଅତିଥି ଖାଇବେ ମାଣ୍ଡିଆ

mahabharatanews