ଅପରାଧଓଡିଶା

ଆସେ ବାହା ହେବା ! ତାପରେ ଦୁଷ୍କର୍ମ

(ବାଲେଶ୍ୱର) ;

 ଦିନରେ ରୁମରେ ତାଲା ପକାଇ ରଖୁଥିଲା ଆଉ ରାତିରେ କରୁଥିଲା ଦୁଷ୍କର୍ମ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରରେ । ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ୧୦ ଦିନ ଧରି ଗଣ ଦୁଷ୍କର୍ମ କରିଥିଲା ବିଦ୍ୟାଧର ବେହେରା । ସୂଚନା ଅନୁଯାୟୀ ଗତ ୧୪ ତାରିଖ କେଦାରପୁର ଅଂଚଳରୁ ଜଣେ ନାବାଳିକାଙ୍କୁ ସିମୁଳିଆ ଥାନା ପାଉସିଆପଦାର ସମ୍ପର୍କୀୟ ଭିଣୋଇ ବିଦ୍ୟାଧର ବେହେରା ଓ ସେହି ଗ୍ରାମର ଜାକସନ ମାଝି କେଦାରପୁର ଅଂଚଳରୁ ଉଠାଇ ନେଇ ୧୦ ଦିନ ଧରି ସୋର ସହରରେ ଏକ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ।ଦିନରେ ରୁମରେ ତାଲା ପକାଇ ରଖୁଥିଲେ ରାତିରେ ଦୁଷ୍କର୍ମ କରୁଥିଲେ । ଯଦି ଘଟଣା ସମ୍ପର୍କରେ କାହାକୁ କହିବୁ ତାହେଲେ ତୋର ଅଶ୍ଲିଳ ଫଟୋ ଭାଇରାଲ କରିଦେବାକୁ ଧଦମକ ଦେଇଥିଲା । ଗତ ୨୭ ତାରିଖ ରାତି ୧୦ଟା ୩୦ ମିନିଟ୍ ସମୟରେ ନାବାଳିକାଙ୍କୁ ତାଙ୍କ ଘର ଆଗରେ ୬ ଜଣ ଯୁବକ ଛାଡି ଚାଲି ଯାଇଥିଲେ । ଗୁରୁବାର ନାବାଳିକାଙ୍କ ମା’ ସୋର ପୋଲିସଠାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରୁଛି ।

 

 

Related posts

ଅନୁଗୁଳରେ କରେଣ୍ଟ ଦେଇ ହାତୀକୁ ହତ୍ୟା

mahabharatanews

ମହାନଦୀରୁ ଘଡିଆଳ କୁମ୍ଭୀର ଉଦ୍ଧାର

mahabharatanews

ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା

mahabharatanews