(ମହାଭାରତ, ନିମାପଡା): କଥାରେ ଅଛି ଇଚ୍ଚା ଶକ୍ତି ଆଗରେ ସବୁକିଛି ହାର ମାନିଯାଏ । ଯାହା ପ୍ରମାଣ କରି ଦେଖାଇଛନ୍ତି ନିମାପଡା ଏନଏଏସି ୧୧ ନଂ ୱାର୍ଡରେ ରହୁଥିବା ଅବସରପ୍ରାପ୍ତ ସିଡିପିଓ ସୈାଭାଗିନୀ ମିଶ୍ର । ବୟସ ୭୦ ଛୁଇଁଥିଲେ ମଧ୍ୟ ସବୁଜ ବିପ୍ଲବର ସ୍ୱପ୍ନକୁ ସାକାର କରିବା ପାଇଁ ଅଣ୍ଟା ଭିଡିଛନ୍ତି । ନିଜ ବଗି•ରେ ଜୈବିକ ସାର ପ୍ରୟୋଗ କରି ବିଭିନ୍ନ କିସମର ଫୁଲ, ଫଳ ସହିତ ପନିପରିବା •ଷ କରି ଅଂଚଳରେ ବେଶ୍ ଲୋ ପ୍ରିୟତା ଅର୍ଜନ କରିଛନ୍ତି ।
ବୟସ ସଳଖ ହୋଇ ଛିଡା ହେବା ପାଇଁ ଅନୁମତି ଦେଉ ନଥିଲେ ବି ଇଚ୍ଚା ଶକ୍ତି ଆଗରେ ତାଙ୍କ ବୟସ ହାର ମାନିଛି । ବର୍ତ୍ତମାନର ଅବସରପ୍ରାପ୍ତ ସିଡିପିଓ ସୈାଭାଗିନୀ ନିଜ ଚାକିରୀ କାଳରେ ବିଭିନ୍ନ ଜିଲ୍ଲାରେ କାମ କରି ସୁନାମ ଅର୍ଜନ କରିଛନ୍ତି । କିନ୍ତୁ •କିରୀରୁ ଅବସର ପରେ ପ୍ରକୃତିକୁ ଭଲ ପାଇବା ଭୁଲି ନାହାନ୍ତି । ଯାହା ତାଙ୍କ ବଗିଚାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି । ବଗି•ରେ ବିଭିନ୍ନ କିସମର ଫୁଲ ଗଛ ସାଙ୍ଗକୁ ଫଳ ଓ ପନିପରିବା ଚାଷ ହୋଇଛି । ସୈାଭାଗିନୀ ତାଙ୍କ ବଗି•ରେ ନଡିଆ ଗଛ ଠାରୁ ଆରମ୍ଭ କରି ଗୁଆ, ଆମ୍ବ, ପିଜୁଳି, ଲିଚୁ କୋଳି, ସେପେଟା, ଡାଳିମ୍ବ ଗଛ ଲଗାଇଛନ୍ତି । ସେହିପରି ବିଭିନ୍ନ ପନିପରିବା •ଷ ମଧ୍ୟ କରିଛନ୍ତି । କିନ୍ତୁ ଏଥିପାଇଁ ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ପ୍ରୟୋଗ କରିଥାନ୍ତି । ଅବସର ପରେ ପାଉଥିବା ପେନସନରୁ ମିଳୁଥିବା ଅର୍ଥ ବ୍ୟୟ କରି ସେ ନିଜ ବଗି•ରେ ଏହିସବୁ ଗଛ ଲଗାଇଛନ୍ତି । ଏହି ଅଞ୍ଚଳରେ ସବୁଜ ବିପ୍ଲବ ସୃଷ୍ଟି କରିଥିବା ଏହି ମହିଳା ନିଜ ବଗିଚାରେ •ଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସୈାଭାଗିନୀଙ୍କର ଗଛ ଲଗାଇବା ପ୍ରତି ଥିବା ନିଶାକୁ ପରିବାର ପକ୍ଷରୁ ସମର୍ଥନ ମଧ୍ୟ ରହିିଛି । ଏଭଳି କାର୍ଯ୍ୟ କରିବା ଦ୍ୱାରା ତାଙ୍କୁ ଆତ୍ମ ସନ୍ତୋଷ ମିଳୁଥିବା ଶୈାଭାଗିନୀ କୁହନ୍ତି ।
ସେପଟେ ସୈାଭାଗିନୀଙ୍କର ସବୁଜ ବିପ୍ଲବ ଆଣିବା ପାଇଁ ଏଭଳି ପ୍ରୟାସକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତା ହୋଇ ମଧ୍ୟ ଏଭଳି କାର୍ଯ୍ୟ କରି ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । କେବଳ ସବୁଜ ବିପ୍ଲବ ପାଇଁ ସୈାଭାଗିନୀ ଲୋକ ପ୍ରିୟତା ଅର୍ଜନ କରିଛନ୍ତି ତାହା ନୁହେଁଁ ଲେଖିବାରେ ମଧ୍ୟ ତାଙ୍କର ରୁଚି ରହିଛି । ଏପର୍ଯ୍ୟନ୍ତ ତାଙ୍କର ୭ ଗୋଟି ବହି ପ୍ରକାଶ ପାଇ ସାରିଛି । ବିଶେଷକରି କୁସୁମୀର ଘର, ବାଟେ ଘାଟେ, ବ୍ୟକ୍ତ ଅବ୍ୟକ୍ତ , ଢଗ ଢମାଳି, ଭଳି ୭ ଗୋଟି ବହି ମଧ୍ୟ ପ୍ରକାଶ ପାଇଛି । ସୈାଭାଗିନୀଙ୍କର ସବୁଜ ବିପ୍ଲବ ଆଣିବା ପାଇଁ ସେ ଅବ୍ୟାହତ ରଖିଥିବା ଚେଷ୍ଟା ତାଙ୍କୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ରଖିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
