ଅପରାଧ

ଇଟାଭାଟି ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

(ମହାଭାରତ, ଦିଗପହଣ୍ଡି): ଗଞ୍ଜାମ ଜିଲ୍ଲା କୁକୁଡାହାଣ୍ଡି ବ୍ଲକ ଅଧିନ ମହୁଡା ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ଯୁବକ ଜଣକ ସାଗତ ପାତ୍ର ଓ ଏଠାରେ ଏକ ଇଟାଭାଟିରେ ସେ ମ୍ୟାନେଜର ଭାବେ କାମ କରନ୍ତି ବୋଲି ଜଣାଯାଇଛି । ତେବେ କେହି ଜଣେ ଦୂର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିବାକୁ ଯୋଜନା କରିଥିବା ବେଳେ ତାହା ପଣ୍ଡ ହୋଇଯିବାରୁ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ଏହି ଯୋଜନାବଦ୍ଧ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁଯାୟୀ, ଇଟାଭାଟି ମ୍ୟାନେଜର ସାଗରଙ୍କ ସହ ବ୍ରହ୍ମପୁର ଟାଉନ କେନାଲ ସାହିର ବସନ୍ତ ଓରଫ ବାବୁଙ୍କ ବିଭିନ୍ନ କାରଣକୁ ନେଇ ଶତ୍ରୁତା ଲାଗି ରହିଥିଲା । କିଛିଦିନ ପୂର୍ବେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କରୁ ମାରପିଟ୍ ମଧ୍ୟ ହୋଇଥିଲା । ଏହାପରେ ସାଗରଙ୍କୁ ହତ୍ୟା କରିବା ପାଇଁ ବସନ୍ତ ହତ୍ୟା କରିବାକୁ ଯୋଜନା କରିଥିଲେ । ଏଥିପାଇଁ ୨ ଜଣ ସୁପାରି କିଲରଙ୍କୁ ମଧ୍ୟ ନିୟୋଜିତ କରିଥିଲେ । ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ ଗୁରୁବାର ପୂର୍ବାହ୍ନ ସାଢେ ୯ଟାରେ ସାଗର ଇଟାଭାଟିରେ କାର୍ଯ୍ୟରତ ଥିବା ବେଳେ ଏକ ବାଇକ୍ରେ ୨ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଦୂର୍ବୃତ୍ତଙ୍କ ଲକ୍ଷ୍ୟ ଭ୍ରଷ୍ଟ ହେବାରୁ ସାଗର ସେଠାରୁ ଦୌଡି ପଳାଇଯାଇଥିଲେ । ଫଳରେ ଇଟାଭାଟି ମ୍ୟାନେଜର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ସେ ଥାନାରେ ଏତଲା ଦେବା ପରେ ଦିଗପହଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା ।

Related posts

ହାଜତ ମୃତ୍ୟୁ:  କେ ରମେଶ ମସ୍ତିଷ୍କରେ ରକ୍ତ ଜମାଟ

mahabharatanews

ଦ୍ୱିତୀୟ ବିବାହ କରି ହରଡ ଘଣାରେ ଖାକିବାବୁ

mahabharatanews

କୋଇଲା ବୋଝେଇ ଗାଡି ଜବତ, ୩ ଗିରଫ

mahabharatanews

Leave a Comment