ଅପରାଧ

୨ ନକଲି ଏସଟିଏଫ ଗିରଫ

ସୋର: ନାଲିବତି ଗାଡିରେ ନକଲି ପୁଲିସ । ବାଲେଶ୍ୱର ଜିଲ୍ଲା ଶେରଗଡ଼ ଟୋଲଗେଟ୍‌ ନିକଟରୁ ଏକ ନାଲିବତି ଗାଡ଼ିରେ ଯାଉଥିବା ଦୁଇ ନକଲି ଏସଟିଏଫ ଅଧିକାରୀଙ୍କୁ ଗିରଫ କରିଛି ପୁଲିସ।
ଗତକାଲି ବିଳମ୍ବିତ ରାତିରେ ଦୁଇ ଅପରାଧୀ ଏକ ସ୍କର୍ପିଓରେ ନାଲିବତି ଲଗାଇ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଖନ୍ତାପଡ଼ା ଥାନା ସେରଗଡ଼ ଟୋଲଗେଟ ନିକଟରେ ଖନ୍ତାପଡ଼ା ପୁଲିସ୍‌ ନକଲି ଗାଡ଼ିକୁ ଅଟକାଇଥିଲା। ଏହାପରେ ଗାଡ଼ିରେ ଥିବା ୨ଜଣ ନିଜକୁ ଏସଟିଏଫର ଅଧିକାରୀ କହି ରୋପ ଜମାଇଥିଲେ । କିନ୍ତୁ ଯାଞ୍ଚକାରୀ ପୁଲିସଙ୍କର ସନ୍ଦେହ ହୋଇଥିଲା । ପୁଲିସ ଗୁଡେଇ ତୁଡେଇ ପ୍ରଶ୍ନ କରିବାରୁ ସେମାନେ ବନ୍ଧୁକ ଦେଖାଇ ପୁଲିସ୍‌କୁ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ ।
ଏହାପରେ ପୋଲିସ ଏବଂ ଅପରାଧି ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯେଉଁଥିରେ ଜଣେ ପୁଲିସ୍‌ କର୍ମୀ ଆହତ ମଧ୍ୟ ହୋଇଥିବା ଜଣାପଡିଛି । ତେବେ ପୁଲିସ ସେହି ନକଲି ଏସଟିଏଫ ଅଧିକାରୀଙ୍କୁ କାବୁ କରି ନେଇଥିଲା । ସେମାନଙ୍କ ଠାରୁ ନାଲିବତି ଗାଡି ସ୍କର୍ପିଓ ଓ ବନ୍ଧୁକ ଜବତ କରାଯାଇଛି । ତେବେ ଏହି ଘଟଣାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ ।

 

Related posts

ସାମାନ୍ୟ ବଚସାକୁ ନେଇ ୨ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୧ ମୃତ

mahabharatanews

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ

mahabharatanews

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର

mahabharatanews