ଓଡିଶା

ଜଳ ସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟରେ ଜାରି ଲଘୁଚାପ ଜନିତ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ୭ଟି ବଡ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଧୀରେନ୍ ସାମଲ ସୂଚନା ଦେଇଛନ୍ତି ।
ସାମଲ କହିଛନ୍ତି ଯେ, ରାଜ୍ୟରେ ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ବର୍ତ୍ତମାନର ସ୍ତିତିକୁ ନେଇ ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । କେହି ଛୁଟିରେ ରହିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠ।।ନ ନିଆଯିବ । ସେହିସବୁ ସ୍ଥାନରେ ଆବଶ୍ୟକ ସ୍ଥଳେ ରାତି ପାଟ୍ରୋଲିଂ ଆରମ୍ଭ କରାଯିବ । ତେବେ ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ । ରାଜ୍ୟରେ ୮ଟି ବୃହତ ଓ ୪୪ଟି ମଧ୍ୟମ ଜଳ ଭଣ୍ଡାର ରହିଛି । ବର୍ତ୍ତମାନ ହୀରାକୁଦରେ ଜଳ ଧାରଣ କ୍ଷମତା ୭୮% ରହିଛି । ସେହିପରି ରେଙ୍ଗାଲି ଡ୍ୟାମରେ ୮୩ ପ୍ରତିଶତ ଜଳ ରହିଛି । ଅବଶିଷ୍ଟ ୬ଟି ବୃହତ ଜଳ ଭଣ୍ଡାରରେ କ୍ଷମତାର ୫୦ ପ୍ରତିଶତରୁ କମ୍ ଜଳ ରହିଛି । ୪୪ଟି ମଧ୍ୟମ ଡ୍ୟାମରୁ ୬ଟି ୭୫% ଓ ୧୪ଟିରେ ୫୦ ପ୍ରତିଶତ ଜଳ ରହିଛି ।

Related posts

ସେପ୍ଟେମ୍ବର ୫ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣି

mahabharatanews

 ପ୍ରବଳ ବର୍ଷା ସମ୍ଭାବନା: ୫ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews

ନନ୍ଦିଘୋଷ ରଥ ଟଣା ଆରମ୍ଭ 

mahabharatanews