Uncategorized

ଇରାନର ମିସାଇଲ ମାଡ ପରେ… ଟ୍ରମ୍ପ କହିଲେ ଅଲ୍ ଇଜ୍ ୱେଲ୍

(ୱାଶିଂଟନ): ଇରାକରେ ଥିବା ଆମେରିକାର ଏୟାରବେସ ଉପରେ ବୁଧବାର ଇରାନର ମିସାଇଲ ମାଡ ପରେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି । ଏୟାରବେସ ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରଣହୁଙ୍କାର ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, (ଅଲ୍ ଇଜ୍ ୱେଲ) ସବୁ କିଛି ଠିକ୍ ଅଛି । ଇରାକ୍ରେ ଥିବା ଏୟାରବେସ ଉପର ଇରାନ ମିସାଇଲ ମାଡ କରିଛି । ଏଥିରେ କ୍ଷୟକ୍ଷତି ଓ ମୃତାହତଙ୍କ ସଂଖ୍ୟା ଆକଳନ କରାଯାଉଛି । ଆମ ପାଖରେ ସବୁଠାରୁ ଶକ୍ତିଶାଳୀ ଓ ଦକ୍ଷତା ସମ୍ପନ୍ନ ସେନା ବାହିନୀ ରହିଛି । ବର୍ତ୍ତମାନ ସୁଦ୍ଧା ଆମ ଦେଶ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ । ଆସନ୍ତାକାଲି ଏ ସମ୍ପର୍କରେ ବିବୃତି ଦେବି । ତେବେ ଟ୍ରମ୍ପଙ୍କ ଟ୍ୱିଟ୍ରୁ ଏକଥା ସ୍ପଷ୍ଟ ହେଉଛି ଯେ, ଆମେରିକା ବଡ ଧରଣର ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ତେବେ ଟ୍ରମ୍ପ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । କିନ୍ତୁ ଇରାନର ସବୁ ହମଲାର ଜବାବ ଦେବା ପାଇଁ ଆମେରିକା ପ୍ରସ୍ତୁତ ବୋଲି ଆମେରିକାର ବୈ÷ଦେଶିକ ସଚିବ ମାଇକ ପୋମ୍ପେଓ କହିଛନ୍ତି ।

Related posts

ଦୁଇ ଦିନ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ଝଡବର୍ଷା, ବଜ୍ରପାତ ଆଶଙ୍କା

mahabharatanews

ସାପ କାମୁଡ଼ାରେ ଭାଇଭଉଣୀ ମୃତ

mahabharatanews

ନେପାଳରେ ୫.୪ ତୀବ୍ରତାରେ ଭୁକମ୍ପ ଝଟକା

mahabharatanews