Uncategorized

ସାପ କାମୁଡ଼ାରେ ଭାଇଭଉଣୀ ମୃତ

ବଲାଙ୍ଗୀର : ସଂସାର ଉଜାଡ଼ିଦେଲା ବିଷଧର ସାପ । ସାପ କାମୁଡ଼ାରେ ଭାଇଭଉଣୀଙ୍କ ପ୍ରାଣ ହରାଇଛନ୍ତି । ବଲାଙ୍ଗୀର ଜିଲା ସଇଁତଳା ଥାନା ଜାମପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ସୂଚନା ଅନୁସାରେ ରାତିରେ ମା’-ବାପାଙ୍କ ସହ ଶୋଇଥିବା ବେଳେ ଭଉଣୀ-ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ଉଭୟଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା। ତେବେ ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଡାକ୍ତର ଭଉଣୀ-ଭାଇଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଘର ଭିତରୁ ସାପ ବାହାରିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

Related posts

ସିିଏଏ ହିଂସା: ୟୁପି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଜରୁରୀକାଳୀନ ବୈଠକ

mahabharatanews

ଧୂମପାନ ବୟସ ୨୧କୁ ବୃଦ୍ଧିକରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଜନା

mahabharatanews

ଦେଶରେ କରୋନା ମୃତ୍ୟୁ ୭୧୮ ଛୁଇଁଲା

mahabharatanews