ଓଡିଶା

ହାତୀ ଆକ୍ରମଣରେ ବୃଦ୍ଧା ମୃତ

କାମାକ୍ଷାନଗର: ପୁଣି ଦନ୍ତା ନେଲା ଜୀବନ । ଦନ୍ତା ହାତୀ ଆକ୍ରମଣରେ ଆଜି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିରୋଡ଼ ରେଞ୍ଜ ଡମୋଳ ଗ୍ରାମରେ ହାତୀ ଆକ୍ରମଣ ମହିଳାଙ୍କ ମୃତ୍ୟୁ ହୋଇଛି । ଗ୍ରାମର ବୁଧେଈ ବେହେରା ଗାଁ ପାଖ ଜଙ୍ଗଲକୁ ଗତକାଲିଠୁ ଛେଳି ଚରାଇବାକୁ ଯାଇ ଘରକୁ ଫେରି ନଥିଲେ । ଆଜି ସକାଳୁ କିଛି ଗ୍ରାମବାସୀ ତାଙ୍କର ମୃତଦେହ ବଡକଟା ପୋଖରୀରେ ନିକଟରେ ପଡିଥିବାର ଦେଖି ପରିବାରକୁ ଖବର ଦେଇଥିଲେ । ବାରମ୍ବାର ପରଜଙ୍ଗରେ ହାତୀ ଆକ୍ରମଣରେ ବହୁମୁଲ୍ୟ ଜୀବନ ଯାଉଛି । ଏହାସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ ସରାଙ୍ଗ ଫାଣ୍ଡି ଅଧିକାରୀ ପହଞ୍ଚିଛନ୍ତି ।

Related posts

ବିଭିନ୍ନ ଦାବି ନେଇ ‘ଓଷ୍ଟା’ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

mahabharatanews

ସାମାଜିକ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

mahabharatanews

 ନୂଆବର୍ଷରେ ବୋଟିଂ ସହ ରୋପୱେ’ର ମଜା ନେଇପାରିବେ ପର୍ଯ୍ୟଟକ  

mahabharatanews