ଓଡିଶା

ଏକ ତରଫା ପ୍ରେମର ପରିଣତି, ଯୁବକଙ୍କ ଉପରେ ଗରମ ପାଣି ଫିଙ୍ଗିଲେ ଯୁବତୀ

(ମହାଭାରତ, ଫୁଲବାଣୀ): କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧିନ କରଜଣ୍ଡି ଗାଁରେ ଏକ ଅଘଟଣ ଘଟିଛି । ଏକ ତରଫା ପ୍ରେମ କରି ଏଠାରେ ଜଣେ ଯୁବକଙ୍କୁ ତାର ପରିଣତି ଭୋଗିବାକୁ ପଡିଛି । ସେ ଭଲ ପାଉଥିବା ଯୁବତୀ ଜଣକ ଉକ୍ତ ଯୁବକଙ୍କ ଉପରକୁ ଗରମ ପାଣି ଫୋପାଡିଛନ୍ତି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର କୌଲଥା ଗାଁର ଦୀପକ କୁମାର ଫୁଲବାଣୀର ବେଲଘର ଅଞ୍ଚଳରେ ରହି ଫ୍ୟାନ୍ସି ଜିନିଷ ଫେରି କରି ବିକ୍ରୀ କରନ୍ତି । ତେବେ ସେ ଘର ଘର ବୁଲି ଫେରି କରୁଥିବା ବେଳେ ସ୍ଥାନୀୟ କରଜଣ୍ଡି ଗାଁର ତେବୁ ପାତ୍ରଙ୍କୁ ଏକ ତରଫା ଭଲ ପାଇ ବସିଥିଲେ । କିନ୍ତୁ ତାଙ୍କୁ ଭୟରେ କହି ପାରୁ ନଥିଲେ । ଉକ୍ତ ଯୁବତୀ ମଧ୍ୟ ତାଙ୍କୁ ଭଲ ପାଆନ୍ତି ବୋଲି ସେ ଗୁଜବ ପ୍ରଚାର କରି ଆସୁଥିଲେ । ତେବେ ଯୁବତୀ ଜଣକ ଏକଥା ଜାଣିବା ପରେ ତାଙ୍କୁ ପାନେ ଦେବା ପାଇଁ ବିଚାରିଥିଲେ । ଗତକାଲି ଯୁବକ ଜଣକ କରଜଣ୍ଡି ଗାଁକୁ ଫେରି କରିବାକୁ ଯାଇଥିବା ବେଳେ ଯୁବତୀ ଜଣକ ପୂର୍ବ ଯୋଜନା ମୁତାବକ ତାଙ୍କ ଉପରକୁ ଗରମ ପାଣି ଫିଙ୍ଗିଥିଲେ । ଏଥିରେ ଯୁବକ ଜଣକଙ୍କ ଦେହ ଜଳି ଯିବା ସହ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ସ୍ଥାନୀୟ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ବାଲିଗୁଡା ସବଡିଭିଜନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ କୌଣସି ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ ।

Related posts

ଲୋକାର୍ପଣ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ

mahabharatanews

ପୋଖରୀ ପାହାଚରୁ ଖସି ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ଆସନ୍ତା ୩ରୁ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

mahabharatanews

Leave a Comment