Uncategorized

ଏଠାରେ ବିଶ୍ୱର ସର୍ବବୃହତ ପକ୍ଷୀ ମୂର୍ତ୍ତି ରହିଛି

(ମହାଭାରତ): ଦୁନିଆରେ ଥିବା ଆଶ୍ଚର୍ଯ୍ୟଜନକ ଜନିଷ ଦେଖିବାକୁ କାହାକୁ ବା ଭଲ ନ ଲାଗେ । ଯଦି ଆପଣଙ୍କର ଏପରି ଇଚ୍ଛା ଅଛି ତେବେ ତେବେ ଏହି ସ୍ଥାନଟି ଆପଣଙ୍କ ପାଇଁ ଉପଯୁକ୍ତ । କାରଣ ଏଠାରେ ବିଶ୍ୱର ସର୍ବବୃହତ ପକ୍ଷୀ ମୂର୍ତ୍ତି ରହିଛି । ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକମାନେ ଆସନ୍ତି । ତେବେ ଆସନ୍ତୁ ଜାଣିବା ଏହି ସ୍ଥାନଟି କେଉଁଠି ରହିଛି ।

ଜଟାୟୁ ଅର୍ଥ ସେଣ୍ଟର କେରଳ:
କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଅନେକ ଦୃଶ୍ୟ ରହିଛି । ଏପରି ପରିସ୍ଥିତିରେ ଯଦି ଆପଣ କେରଳ ବୁଲିବାକୁ ଯାଉଛନ୍ତି ତେବେ ଆପଣ ଏହି ସ୍ଥାନଟି ଦ ଦେଖି ଫେରିବା ଉଚିତ ହେବ ନାହିଁ । କେରଲର କୋଲାମ ଜିଲ୍ଳା ଠାରୁ ୩୮ କିଲୋମିଟର ଦୂରରେ ଏହି ଜଟାୟୁ ପକ୍ଷୀର ଏକ ବଡ଼ ସ୍ମାରକୀ ରହିଛି । ଯାହା କି ଦେଖିବାକୁ ବେଶ ଆର୍କଷଣୀୟ ।
୧୫ ହଜାର ବର୍ଗଫୁଟରୁ ଅଧିକ ଜିମରେ ଏହି ପ୍ରତିମୂର୍ତ୍ତୀ ତିଆରି କରାଯାଇଛି । ଯାହାର ଉଚ୍ଚତା ସମୁନ୍ଦ୍ରଠାରୁ ୩୫୦ ମିଟର ଅଟେ । ପକ୍ଷୀଙ୍କ ରାଜା ବୋଲାଉଥିବା ଏହି ଜର୍ଟାୟୁ ପକ୍ଷୀର ପ୍ରତିମୂର୍ତ୍ତି ମୋଟ ଲମ୍ବ ୨୦୦ ଫୁଟ ଏବଂ ମୋଟେଇ ୭୦ ଫୁଟ । ଏକ ପାହାଡ଼ ଉପରେ ନିର୍ମିତ ଏହି କଳାର କଳ୍ପନା କେରଳ ଚଳଚ୍ଚିତ୍ରର ନିର୍ମାତା ରାଜୀବ ଅଙ୍କଲଙ୍କର ଥିଲା ।
ପାହାଡ଼ ଉପରେ ଥିବା ଏହି ପ୍ରତିମା ତଳେ ଏକ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଯେଉଁଥିରେ ଜଟାୟୁ ପକ୍ଷୀର ଜୀବନ ସହିତ ଜଡ଼ିତ ସମସ୍ତ ଜିନିଷ ବିଷୟରେ ସୂଚନା ପାଇ ପାରିବେ ।
ଜଟାୟୁ ରାମାୟଣରେ ବର୍ଣ୍ଣିତ ଏକ ପକ୍ଷୀ । ରାମାୟଣରେ କୁହାଯାଇଛି ଯେ ଯେତେବେଳେ ରାବଣ ସୀତାଙ୍କୁ ଅପହରଣ କରି ଆକାଶ ମାର୍ଗରୁ ଯାଉଥିବା ସମୟରେ ସୀତାଙ୍କର ଡ଼ାକ ଶୁଣି ପକ୍ଷୀଙ୍କର ରାଜା ଜଟାୟୁ ସୀତା ମାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ଚେଷ୍ଟା କରିବା ସମୟରେ ରାବଣ ହାତରେ ମୃତ୍ୟୁ ବରଣ କରିଥିଲା । ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ ଜଟାୟୁଙ୍କ ମୃତଦେହ ଏହି ସ୍ଥାନରେ ପଡ଼ିଥିଲା । ଯାହାର ସ୍ମୃତିରେ ଆଜି ଏହି ଚମତ୍କାର ମୂର୍ତ୍ତି ତିଆରି କରାଯାଇଛି ।

Related posts

ରବି ଫସଲ ପ।ଇଁ ବଢିଲା ଏମଏସପି

mahabharatanews

ଦୁଇ ଦିନିଆ ଗସ୍ତରେ ରାହୁଲ…

mahabharatanews

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

mahabharatanews