ଓଡିଶା

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ଟାଉନ ଥାନା ପୁଲିସ୍ ପକ୍ଷରୁ ରବିବାର ଏନଟିପିସି ବାଇପାସ୍ ଛକ ସ୍ମୃତି ସହୀଦ ସ୍ତମ୍ଭ ଠାରେ ବାଇକ୍ ଚେକିଙ୍ଗ୍ କଡାକଡି କରାଯାଇଥିଲା । ୧୩ଜଣ ବାଇକ ଚାଳକ ବିନା ହେଲମେଟଣ୍ଟରେ ଗାଡି ଚାଳନା ନେଇ ୧ହଜାର ଲେଖାଏଁ ଚାଲର କଟାଯାଇଥିଲା । ମୋଟ୍ ୧୩ହଜାର ଟଙ୍କା ଚାଲାଣ କଟାଯାଇ ଆଦାୟ କରାଯାଇଥିବା ଥାନା ଆଇଆଇସି ଦୀପିକା ଦେବୀ ରାଓଙ୍କ ସୂତ୍ରରୁ ପ୍ରକାଶ । ସେହିପରି ୨ଟି ବାଇକ୍ ମୋଟର ଯାନ ଆଇନକୁ ଉଲଂଘନ କରିବା ଯୋଗୁଁ ପି.ଆର. କଟାଯାଇଛି ବୋଲି ଶ୍ରୀମତୀ ରାଓ ସୂଚନା ଦେଇଛନ୍ତି । ତେବେ ଏହି ଦୁଇ ବାଇକକୁ ପୋଲିସ୍ ଥାନା ପରିସରକୁ ନିଆଯାଇଥିବା ଜଣାପଡିଛି ।

Related posts

ଆଜି ଦ୍ୱିତୀୟ ସୋମବାର, ଶୈବପୀଠରେ କାଉଡିଆଙ୍କ ଭିଡ଼

mahabharatanews

ବିଦ୍ୟାଳୟରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

mahabharatanews

ମୋବାଇଲ ସଂଯୋଗ ନ କାଟିବାକୁ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ଅନୁରୋଧ

mahabharatanews