(ମହାଭାରତ, ଉଦଳା): ଉଦଳା ବ୍ଲକ କୁଣ୍ଡବାଇ ପଞ୍ଚାୟତ ଅଧିନସ୍ଥ ବଳଭଦ୍ରପୁରରେ ଥିବା ସରୋଜିନୀ ଏକାଡେମୀର ବାର୍ଷିକ ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଭାସ୍କୁର ମଢେଇ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଉତ୍ସବର ଉଦଘାଟନ କରିଥିଲେ । ଗ୍ରାମାଞ୍ଚଳରେ ଏହିଭଳି ଅନୁଷ୍ଠାନ ପ୍ରତିଷ୍ଠା କରିବା ଉଦ୍ୟମକୁ ସାଂସଦ ଟୁଡୁ ପ୍ରଶଂସା କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସବିତା ହାଁସଦା ଓ ବିଜେପି କୁଣ୍ଡବାଇ ମଣ୍ଡଳ ସଭାପତି ଗୌରାଙ୍ଗ ଦେହୁରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏକାଡେମୀର ପ୍ରତିଷ୍ଠାତା ତପନ ମହାନ୍ତ ପରିଚାଳନା କରିଥିଲେ । ଏକାଡେମୀର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଭା ଶେଷରେ ମୁଖ୍ୟ ଅତିଥି ଏକାଡେମୀ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ ।
previous post
next post
