ଓଡିଶା

ଏନଟିପିସି ଟାଉନ ପୁଲିସ୍ ପକ୍ଷରୁ ୧୩ହଜାର ଜୋରିମନା ଆଦାୟ

(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ଟାଉନ ଥାନା ପୁଲିସ୍ ପକ୍ଷରୁ ରବିବାର ଏନଟିପିସି ବାଇପାସ୍ ଛକ ସ୍ମୃତି ସହୀଦ ସ୍ତମ୍ଭ ଠାରେ ବାଇକ୍ ଚେକିଙ୍ଗ୍ କଡାକଡି କରାଯାଇଥିଲା । ୧୩ଜଣ ବାଇକ ଚାଳକ ବିନା ହେଲମେଟଣ୍ଟରେ ଗାଡି ଚାଳନା ନେଇ ୧ହଜାର ଲେଖାଏଁ ଚାଲର କଟାଯାଇଥିଲା । ମୋଟ୍ ୧୩ହଜାର ଟଙ୍କା ଚାଲାଣ କଟାଯାଇ ଆଦାୟ କରାଯାଇଥିବା ଥାନା ଆଇଆଇସି ଦୀପିକା ଦେବୀ ରାଓଙ୍କ ସୂତ୍ରରୁ ପ୍ରକାଶ । ସେହିପରି ୨ଟି ବାଇକ୍ ମୋଟର ଯାନ ଆଇନକୁ ଉଲଂଘନ କରିବା ଯୋଗୁଁ ପି.ଆର. କଟାଯାଇଛି ବୋଲି ଶ୍ରୀମତୀ ରାଓ ସୂଚନା ଦେଇଛନ୍ତି । ତେବେ ଏହି ଦୁଇ ବାଇକକୁ ପୋଲିସ୍ ଥାନା ପରିସରକୁ ନିଆଯାଇଥିବା ଜଣାପଡିଛି ।

Related posts

ନୟାଗଡ ଜିଲ୍ଲାରେ ଭକ୍ତି ଓ ନିଷ୍ଠା ସହ ପାଳିତ ହୋଇଯାଇଛି ଉଦଣ୍ଡ ଯାତ୍ରା

mahabharatanews

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ନୂଆ ଅଧ୍ୟକ୍ଷ ହେଲେ ଏଲଏନ ଦାଶ

mahabharatanews

କୁକୁଡାଖଣ୍ଡି ରୁ ପ୍ରଯୁକ୍ତି ବିଦ୍ୟା ସଚେତନତା ରଥ ଶୁଭଆରମ୍ଭ

mahabharatanews