ଓଡିଶା

ଏପ୍ରିଲ-ଜୁନ ମାସ ଫି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ଶିକ୍ଷାନୁଷ୍ଠାନକୁ ଅପିଲ

ଭୁବନେଶ୍ୱର: କରୋନାକୁ ନେଇ ଜାରି ଲକଡାଉନ ଓ ଆର୍ଥିକ ମାନ୍ଦାବସ୍ଥା ଦେଇ ଲୋକେ ଗତି କରୁଛନ୍ତି । ଏହାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ଏପ୍ରିଲରୁ ଜୁନ ମାସର ଫି ହ୍ରାସ/ ସ୍ଥଗିତ ରଖିବାକୁ କହିଛନ୍ତି । ଏହା ଦ୍ୱାରା ଯେଉଁ ଅଭିଭାବକ ଲକଡାଉନ ପାଇଁ ରୋଜଗାର ହରାଇଛନ୍ତି ବା କଟତିର ସମ୍ମୁଖୀନ ହୋଇଛନ୍ତି, ସେମାନେ ସାହାଯ୍ୟ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଫିସ ପକ୍ଷରୁ କୁହାଯାଇଛି ।

Related posts

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

mahabharatanews

ଦେଶରେ କରୋନା ଆକ୍ରାନ୍ତ ୨୪୫୦୬, ମୃତ ୭୭୫

mahabharatanews

ଋଷିକୂଲ୍ୟା ନଦୀ ଗଣ୍ଡରେ ବୁଡି ମହିଳା ମୃତ୍ୟୁ

mahabharatanews