Uncategorized

ଏପ୍ରିଲ ୩୦ ଯାଏ ଲକଡାଉନ ଘୋଷଣା କଲା ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସ ପରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନକୁ ବଢାଇବାକୁ ନିସ୍ପତି ହୋଇଛି । ଅପରପକ୍ଷରେ ପୂର୍ବରୁ ଓଡିଶା ଓ ପଞ୍ଜାବ ଏହି ଲକଡାଉନକୁ ଆସନ୍ତା ତ୩୦ ତାରିଖ ପର୍ଯ୍ୟନ୍ତ ବଢାଇଥିଲେ । ଆଜି ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ର ଓ ପଶ୍ଚିମ ବଙ୍ଗ । କୋଭିଡ୍-୧୯ ପଜେଟିଭ୍‌ଙ୍କ ସଂଖ୍ୟା ୭ ହଜାର ୮୭୬ରେ ପହଞ୍ଚିଥିବା ବେଳେ ୨୪୯ ଜଣଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଶନିବାର ଲକଡାଉନ ସମ୍ପ୍ରସାରଣ ନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ସେହି ଅନୁସାରେ ରାଜ୍ୟରେ ଜାରି ଲକଡାଉନ୍ ଏପ୍ରିଲ ମାସ ଶେଷ ପର୍ୟ୍ୟନ୍ତ ଲାଗୁ ରହିବ ବୋଲି ସନ୍ଧ୍ୟାରେ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହ଼ଞ୍ଚିଥିବା ବେଳେ ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୧୦୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ମହାରାଷ୍ଚ୍ର ସରକାର ମଧ୍ୟ ଶୁକ୍ରବାର ରାଜ୍ୟରେ ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ସଂକ୍ରମଣର ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୭ଶହରେ ପହଞ୍ଚିଛି।

Related posts

ଗ୍ଲେସିୟର ତରଳୁଛି: ହସନବାଦ ଜଳମଗ୍ନ ହେବା ଆଶଙ୍କା

mahabharatanews

ଅମ୍ଫାନ: କୋଲକାତାରେ ମମତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

mahabharatanews

ଆତଙ୍କୀ ଆକ୍ରମଣରେ ଦୁଇ ପୁଲିସ କର୍ମୀ ସହିଦ

mahabharatanews