Uncategorized

ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେଧୀରେ ନିମ୍ନମୁଖୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୦୬ ହଜାର ୯୪୬କୁ ବୃଦ୍ଧି ପାଇ ଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୬ ହଜାର ୬୧୬ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ୨୪ଘଣ୍ଟାରେ ୨୪ ହଜାର ୨୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଦେଶରେ ୭ ଲକ୍ଷ ୧୫ ହଜାର ୮୧୨ ସକ୍ରୀୟ ମାମଲା ରହିଛି। ମୋଟ ୬୮ ଲକ୍ଷ ୭୪ ହଜାର ୫୧୮ ଜଣ ସୁସ୍ଥ ହୋଇସାରିଛନ୍ତି ।

 

Related posts

୬.୬୦ କୋଟି ବର୍ଷ ପୂର୍ବେ ଉଲକାପିଣ୍ଡ ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ହୋଇଥିଲା

mahabharatanews

ସାହିନବାଗ ପ୍ରସଙ୍ଗରେ ହାଇକୋର୍ଟଙ୍କ ପ୍ରଶ୍ନ

mahabharatanews

କରାଚୀରେ ବିମାନ ଦୁର୍ଘଟଣା: ୯୮ ଯାତ୍ରୀଙ୍କୁ ନେଇ ଭରିଥିଲା ଉଡାଣ

mahabharatanews