ଓଡିଶା

ଏମ୍‌ସରେ ଗରିବ ପାଇବେ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର: କରୋନା କାଳରେ ସମ୍ମୁଖକୁ ଆସିଲା ଇକମୋ ଚିକିତ୍ସା । ତେବେ ଏହି ଚିକିତ୍ସା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଭୁବନେଶ୍ୱର ଏମ୍ସରେ ମାଗଣାରେ ଇକ୍ମୋ ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟୟବହୁଳ ଚିକିତ୍ସା ସୁବିଧା ରାଜ୍ୟରେ ରାସନକାର୍ଡ଼ ଧାରୀ ଓ ଗରିବ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ମହାନ୍ତି କହିଛନ୍ତି, କୌଣସି ଗରିବ ଲୋକ ଆବଶ୍ୟକ କାଗଜପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସ।। ଯେ।ଗାଇ ଦିଆଯିବ ।
ଗୁରୁତର କରୋନା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍ମୋ ଚିକିତ୍ସା ଆବଶ୍ୟକ ହେଉଥିଲା। ଓଡ଼ିଶାରୁ ବହୁ ଗୁରୁତର ରୋଗୀ କୋଲକାତା, ଚେନ୍ନାଇ ସହରକୁ ଏୟାରଲିପ୍ଟ ହେଉଥିଲେ । ଏହି ଚିକିତ୍ସାର ଆବଶ୍ୟକତାକାୁ ଦେଖି ଏସ୍ସିବି ବଡ଼ ମେଡିକାଲ୍, କ୍ୟାପିଟାଲ ମେଡିକାଲ୍ରେ ଇକ୍ମୋ ମେସିନ୍ ଇନ୍ଷ୍ଟଲ କରାଯାଇଥିଲା । ଏବେ ଏମ୍ସରେ ଏହି ଚିକିତ୍ସା ବ୍ୟବସ୍ଥା କରାଯାଇଛି ।

Related posts

ହୁ ହୁ ହୋଇ ଜଳିଗଲା ଗୋଟିଏ କଣ୍ଟେନର ସହ ୨ଟି ଟ୍ରକ

mahabharatanews

ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା

mahabharatanews

୩ଟି ସମୂଦ୍ର ମୁହାଣ ଓ ଆଖପାଖରେ ମାଛ ଧରା ଉପରେ କଟକଣା

mahabharatanews