ଓଡିଶା

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜନ ଅଭିଯୋଗ ଶୁଣାଣୀ ବନ୍ଦ

କେନ୍ଦ୍ରାପଡା: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଉପରେ କଟକଣା ଜାରି କରାଯାଇଛି । ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ଭିତର କନିକାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ତୁଳସୀକ୍ଷେତ୍ରର ଆରଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ନିମନ୍ତେ ମଧ୍ୟ ଏହି କଟକଣା ଜାରି କରାଯାଇଛି । କିନ୍ତୁ କୌଣସି ଗହଳି ନ କରି ମଠ ମନ୍ଦିରକୁ ଭକ୍ତମାନେ ଦର୍ଶନ କରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।

Related posts

ଅହିଂସା ରଥ କାର୍ଯ୍ୟକ୍ରମରେ ରାଇଘର ବ୍ଲକ ପ୍ରକାଶନ ଗଣମାଧ୍ୟମକୁ ଅଣଦେଖା

mahabharatanews

 ୫–ଟି ସଚିବଙ୍କ ଜଗତସିଂହପୁର ଗସ୍ତ 

mahabharatanews

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଯୁକ୍ତି ବାଢିଲେ ସାଂସଦ ଦିଲ୍ଲୀପ ରାୟ ।

mahabharatanews