ଭାରତ

ଏଷ୍ଟ୍ରାଜେନେକା ବୁଷ୍ଟର ଡୋଜ ହେବ ଓମିକ୍ରନ ଉପରେ ଭାରି

ନୂଆଦିଲ୍ଲୀ: ଓମିକ୍ରନ ବିରୋଧ ଲଢେଇରେ ଦୁଇ ଡୋଜ ଟୀକା ପରେ ବୁଷ୍ଟର ଡୋଜ ସମସ୍ତଙ୍କ ଆଶା ଓ ବିଶ୍ୱାସ । ତେବେ ମଙ୍ଗଳବାର ଆଇ ଷ୍ଟଡିରେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ବୁଷ୍ଟର ଡୋଜ ଓମିକ୍ରନ ଓ ଡେଲ୍ଟା ଭାରିଆଣ୍ଟ ଉପରେ ଭାରି ପଡୁଥିବା ଜଣାପଡିଥିଲା । ଏବେ ଆଉ ଏକ ବୁଷ୍ଟର ଡୋଜ ଓମିକ୍ରନକୁ ମାତ ଦେଉଥିବା ଷ୍ଟଡିରୁ ଜଣାପଡିଛି । ଗୁରୁବାର ସାର୍ବଜନୀନ ହୋଇଥିବ।। ଏକ ଷ୍ଟଡି ରିପୋର୍ଟ ଅନୁଯାୟୀ, ଏଷ୍ଟ୍ରେଜେନେକାର ବୁଷ୍ଟର ଡୋଜ ଭେକ୍ସଜେବରିୟା ଓମିକ୍ରନ ବିରୋଧରେ ବହୁତ ଅଧିକ ଆଣ୍ଟିବଡି ଡେଭେଲପ କରୁଛି ।
ତଥ୍ୟ କହୁଛି, କୋଭିଡ ୧୯ର ତୃତୀୟ ଡୋଜ ଭେକ୍ସଜେବରିୟା ଓମିକ୍ରନ ସହ ବିଟା, ଡେଲ୍ଟ।।, ଆଲ୍ଫ।। ଓ ଗାମା ସହିତ ଅନ୍ୟ ଭାରିଆଣ୍ଟ ସହ ଲଢିବାରେ ସକ୍ଷମ । ଏହା ଶରୀରରେ ଏହି ସମସ୍ତ ଭାରିଆଣ୍ଟ ବିରୋଧରେ ଭଲ ଆଣ୍ଟିବଡି ତିଆରି କରି ପାରୁଛି । ଏହାକୁ ବୁଷ୍ଟର ଡୋଜ ରୁପେ ଦିଆଯାଇଛି । ଟୀକା ନିର୍ମାତାଙ୍କ ଅନୁଯାୟୀ ଭେକ୍ସଜେବରିୟା ବା ଏମଆରଏନଏ ଟୀକା ନେବା ଲୋକଙ୍କ ମଧ୍ୟରେ ବୃଦ୍ଧିପାଉଥିବା ପ୍ରତିକ୍ରିୟା ଦେଖାଦେଇଛି ।
ଗତ ମାସରେ ହୋଇଥିବା ଲ୍ୟାବ ଷ୍ଟଡିରେ ମିଳିଛି, ଭେକ୍ସଜେବରିୟାର ତିନି ଡୋଜ କୋର୍ଷ ନୂଆ ଭାରିଆଣ୍ଟ ଉପରେ ଅଧିକ ପ୍ରଭାବଶାଳୀ । କମ୍ପାନୀ ଦ୍ୱାରା ଟ୍ରାଏଲ ପରେ ଦାବି କରାଯାଇଛି ବୁଷ୍ଟର ଡୋଜ ଉପରେ ଏହା ପ୍ରଥମ ଡାଟା । ଏଷ୍ଟ୍ରାଜେନିକା ଟୀକା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ପ୍ରସ୍ତୁତ କରିଛନ୍ତି । ଭାରତରେ କୋଭିସିଲ୍ଡ ନାମରେ ଦିଆଯାଉଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ତିଆରି କରୁଛି । କମ୍ପାନୀର ସିଇଓ ଅଦାର ପୁନାୱାଲା ଟ୍ୱିଟ କରି ଏହାକୁ ଉତ୍ସାହଜନକ କହିଛନ୍ତି ।

Related posts

ଦିଦିଙ୍କ ସର୍ବ ଧର୍ମ ଯାତ୍ରା 

mahabharatanews

ଆପ୍‌ ନେତା କୈଳାଶ ଗେହଲଟଙ୍କୁ ଜେରା ପାଇଁ ଡାକରା

mahabharatanews

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

mahabharatanews