ଭାରତ

ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ

ଜଲପାଇଗୁଡି: ଗୌହାଟୀ- ବିକାନେର ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟ ମୈନାଗୁଡିରେ ଏକ୍ସପ୍ରେସର ୫ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସଂଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଥିବା ବେଳେ ପ୍ରାଥମିକ ରିପୋର୍ଟରୁ କାହାର ଜୀବନ ହାନୀ ହୋଇନଥିବା ଖବର ରହିଛି ।
ବିକାନେରରୁ ଗୌହାଟୀ ଯାଉଥିବା ବିକାନେର ଏକ୍ସପ୍ରେସ ଗୁରୁବାର ସନ୍ଧ୍ୟାରେ ଜଳପାଇଗୁଡି ଦେଇ ଯାଉଥିବା ବେଳେ ମୈନାଗୁଡିରେ ଏକ୍ସପ୍ରେସର ୫ଟି ବଗି ଲାଇନଚ୍ୟୁତ ହୋଇଯାଇଛି । କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି ।

 

Related posts

ବର୍ଷକୁ ଖେଳା ହେବ ଦୁଇ ଦୁଇ ଥର ଆଇପିଏଲ

mahabharatanews

ସୁପ୍ରିମକୋର୍ଟରେ ବନ୍ଦହେଲା ବାବ୍ରି ମାମଲା

mahabharatanews

କେଦାରନାଥରେ ୩୪ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୋଦି

mahabharatanews