ଭାରତ

ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍

ଭାରତ ଆସିବେ ଜୋ ବାଇଡେନ୍ । ଆସନ୍ତା ସେପ୍ଟେମ୍ବର ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କ ପ୍ରଶାସନର ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ ଥିବା ଅଧିକାରୀ ଡୋନାଲ୍ଡ୍ ଲୁ’ କହିଛନ୍ତି ଯେ, ୨୦୨୩ ଭାରତ-ଆମେରିକା ସମ୍ପର୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବ। ବିଶ୍ବର ମଙ୍ଗଳକାରୀ ଶକ୍ତି ଭାବେ ଉଭା ହେବ ‘ଜି-୨୦’ର ନେତୃତ୍ବ ଭାରତର ସାମର୍ଥ୍ୟକୁ ଆହୁରି ସମ୍ପ୍ରସାରିତ କରିଛି। ଏ ବର୍ଷ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ଅବଶ୍ୟ, ଭାରତ ‘ଜି-୨୦’ ଆୟୋଜନ କରୁଛି। ଚଳିତ ବର୍ଷ ଆମେରିକା ମଧ୍ୟ ‘ଏପିଇସି’ ଆୟୋଜନ କରୁଛି। ଜାପାନ ମଧ୍ୟ ‘ଜି୭’ ଆୟୋଜନ କରୁଛି। ‘କ୍ବାଡ୍’ ସଦସ୍ୟମାନଙ୍କ ମଧ୍ୟରୁ ଅନେକ ନେତୃତ୍ବ ନିର୍ବାହ କରୁଛନ୍ତି। ଏବଂ ସବୁ ଆମ ଦେଶମାନଙ୍କୁ ଏକତ୍ର କରିବା ପାଇଁ ସୁଯୋଗ ଦେଇଛି। ତା ସହିତ ଆମ ରାଷ୍ଟ୍ରପତି ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଯିବେ। ‘ଜି-୨୦’ ନେତାଙ୍କ ଶିଖର ସମ୍ମିଳନୀର ଅଂଶବିଶେଷ ଭାବେ ଏହା ହେବ ତାଙ୍କର ପ୍ରଥମ ଭାରତ ଗସ୍ତ।

Related posts

୨୦୨୨ରେ ଡଲାର ପରିମାଣ ୯ ପ୍ରତିଶତ ହ୍ରାସ ପାଇଛି

mahabharatanews

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟପାଳ

mahabharatanews

ଆରପାରିରେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

mahabharatanews