ଓଡିଶା

ଏସସିବିରେ ଶିଶୁ ଚୋରି ଘଟଣା: ପୁରା ଯୋଜନାବଦ୍ଧ ଭାବେ ହୋଇଥିଲା ପିଲା ଚୋରି

କଟକ : କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼ । ପୁରା ଯୋଜନାବଦ୍ଧ ଭାବେ ହୋଇଥିଲା ପିଲା ଚୋରି । ୮ ଦିନ ଧରି ଶିଶୁ ଚୋରି ପାଇଁ ଚାଲିଥିଲା ପ୍ଲାନିଂ। ବାରମ୍ବାର SCB ସ୍ତ୍ରୀ ପ୍ରସୂତି ବିଭାଗକୁ ଆସୁଥିଲେ ମହିଳା। ସୁଯୋଗ ଦେଖି ଉଠାଇ ନେଇଥିଲେ ପ୍ରତାପନଗରୀ ଅଞ୍ଚଳର ସୁଇଟି ରାଉତ ନାମକ ଜଣେ ମହିଳା । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେ ଶିଶୁ କନ୍ୟାକୁ ହସ୍ତାନ୍ତର କରିବା ସହ ଅଦଳବଦଳ ନାଟକ ରଚିଛନ୍ତି।

ସଂପୃକ୍ତ ଦମ୍ପତ୍ତି କହିଛନ୍ତି ତାଙ୍କର ପୁତ୍ର ସନ୍ତାନ ହୋଇଥିଲା, ଭୁଲ୍‌ରେ ସେ କନ୍ୟା ସନ୍ତାନ ନେଇଯାଇଥିଲେ। ସେମିତି କୌଣସି ରେକର୍ଡ ନାହିଁ ବୋଲି ଏସସିବି ପକ୍ଷରୁ ସୂଚନା ମିଳିଛି । CBରେ ଆଡମିଟ ହୋଇଥିଲେ, ନା ପୁତ୍ର ସନ୍ତାନ ପ୍ରସବ କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି, ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି କହିଛନ୍ତି SCB ପ୍ରଶାସନିକ ଅଧିକାରୀ। ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଦମ୍ପତିଙ୍କୁ ମଙ୍ଗଳାବାଗ ପୋଲିସ ଅଟକ ରଖିଛି।

Related posts

ବଢୁଛି ସାଇବର ଠକେଇ ମାମଲା ;ମାସକରେ ୧ କୋଟି ୩୮ଲକ୍ଷ ଟଙ୍କା ଲୁଟ୍

mahabharatanews

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ଭିଜିଲାନ୍ସ ଜାଲରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ

mahabharatanews