ଓଡିଶା

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

(ଭୁବନେଶ୍ୱର) : ଗତକାଲି ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିବେ କେନ୍ଦ୍ର ଅର୍ଥମନ୍ତ୍ରୀ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ସୂଚନାନୁଯାୟୀ,  ଶ୍ରୀମତୀ ସୀତାରମଣ ଆଜି ସକାଳ ୭ଟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଭୟ କେନ୍ଦ୍ରମନ୍ତ୍ରୀ ପୁରୀରେ ୮ଟାରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବ୍ଲୁ-ଫ୍ଲାଗ ବେଳାଭୂମିଠାରେ ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିବେ । ତେବେ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟାଣ୍ଟ କନଫରେନସ୍‌ରେ ଯୋଗଦେଇ ବକ୍ତବ୍ୟ ରଖିବେ।

Related posts

ଆଜିଠୁ ଖୋଲିବ ସ୍କୁଲ,ବାଦ ପଡିପାରେ ୭ଜିଲ୍ଲା 

mahabharatanews

ସାନ୍ତାଳୀ ସାମ୍ବାଦିକ ଫୋରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଲାଗି ସାଧାରଣ ସଭା

mahabharatanews

ପଥର ବନ୍ଧ ବେହେରା ସାହିରେ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews