Uncategorized

ଏହି ଗାଁରେ କେବେ ବି ହୋଇନଥାଏ ବର୍ଷା

(ମହାଭାରତ): ଦୁନିଆରେ ଏଭଳି ଏକ ସ୍ଥାନ ରହିଛି, ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଯେପରି ମେଘାଳୟର ମାସିନରାମ ଗ୍ରାମ, ଯେଉଁଠାରେ ସବୁଠାରୁ ଅଧ୍ଚଳ ବର୍ଷା ହୋଇଥାଏ କିନ୍ତୁ କ’ଣ ଆପଣ କେବେ ଏଭଳି ସ୍ଥାନ ବିଷୟରେ ଶୁଣଛନ୍ତି କେଉଁଠାରେ ବିଲକୁଲ ବର୍ଷା ନହେବା । ଏଭଳି ନୁହେଁ କି ଏହା କୌଣସି ମରୁଭୂମି ଅଞ୍ଚଳ ବରଂ ଏହା ଏକ ଗାଁ । ଯେଉଁଠାରେ ଲୋକମାନେ ବସବାସ କରୁଛନ୍ତି । ଏହି ଗାଁର ନାଁ ହେଉଛି,ଯାହା ୟମନର ରାଜଧାନୀ ସନାର ପଶ୍ଚିମରେ ମନଖ ନିର୍ଦ୍ଦେଶାଳୟର ହରାଜ ଅଞ୍ଚଳରେ ଅବସ୍ଥିତ । ଏଠାରେ ଅଧିକାଂଶ ପର୍ଯ୍ୟଟକମାନେ ଆସି ଖୁବ୍ ମଜା ଉଠାଇଥାନ୍ତି । ଏଠାରେ ପାହାଡର ଶିଖରରେ ମଧ୍ୟ ଏଭଳି ସୁନ୍ଦର ଘର ତିଆରି କରାଯାଇଛି, ଯାହାକୁ ଦେଖି ଆପଣମାନେ ମଧ୍ୟ ରହିଯିବେ । ଏହି ଗାଁ ପୃଥିବୀ ପୃଷ୍ଟରୁ ୩,୨୦୦ ମିଟର ଉଚ୍ଚା ଉପରେ ଅବସ୍ଥିତ । ଗାଁ ଚାରିପାଖର ବାତାବରଣ ବାସ୍ତବରେ ମଧ୍ୟ ଅତ୍ୟଧିକ ଗରମ । ଥଣ୍ଡା ସମୟରେ ସକାଳ ସମୟର ବାତାବରଣ ଥଣ୍ଡା ହୋଇଥାଏ କିନ୍ତୁ ସୂର୍ଯ୍ୟ ଉଦୟ ହେବା ପରେ ଲୋକଙ୍କୁ ଗରମର ସାମ୍ନା କରିବାକୁ ପଡିଥାଏ ।
ଗ୍ରାମୀଣ ଏବଂ ସହରୀ ବିଶେଷତା ସହ ପ୍ରାଚୀନ ଏବଂ ଆଧୁନିକ ବାସ୍ତୁକଳାକୁ ସଂଯୋଗ କରୁଥିବା ଏହି ଗାଁ ବର୍ତ୍ତମାନ ‘ଅଲ-ବୋହରା କିମ୍ବା ଅଲ-ମୁକରମା’ ଲୋକମାନଙ୍କ ଦୁର୍ଗ । ଏହାକୁ ୟମନୀ ସମୁଦାୟ କୁହାଯାଇଥାଏ । ଏହା ମହମ୍ମଦ ବୁରହାନୁଦୀନଙ୍କ ନେତୃତ୍ୱ ଭଳି ଇସ୍ମାଇଲୀ ସମ୍ପ୍ରଦାୟରୁ ଆସିଥାନ୍ତି, ଯାିଏ ପୂର୍ବରୁ ମୁମ୍ବାଇରେ ରହୁଥିଲେ । ୨୦୧୪ ବର୍ଷ ପର୍ଯ୍ୟନ୍ତ ନିଜ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତି ୩୦୦ ବର୍ଷରେ ଏହି ଗାଁକୁ ଯାତ୍ରା କରୁଥିଲେ ।
ଏହି ଗାଁର ସବୁଠାରୁ ଖାସ୍ ବିଶେଷତ୍ୱ ହେଉଛି ଏଠାରେ କେବେ ବି ବର୍ଷା ହୋଇନଥାଏ । ଏହାର କାରଣ ହେଉଛି ଏହି ଗ୍ରାମ ବାଦଲ ଉପରେ ଅବସ୍ଥିତ । ବାଦଲ ଏହି ଗାଁର ତଳେ ରହିଥାଏ ଏବଂ ବର୍ଷା ମଧ୍ୟ ତଳେ ହୋଇଥାଏ । ଯାହାର ଦୃଶ୍ୟ ଆପଣମାନେ ମଧ୍ୟ କେବେ କେଉଁଠି ଦେଖିନଥିବେ ।

Related posts

ମସଜିଦ ନିର୍ମାଣ ପାଇଁ ଜମି ଚିହ୍ନଟ କଲେ ଯୋଗୀ ସରକାର

mahabharatanews

ଦିଲ୍ଲୀ ସିଏଏ ହିଂସାର ଏସଆଇଟି ତଦନ୍ତ ବିିକ୍ଷୋଭରେ ସାମିଲ ଥିଲେ ବାହାର ଲୋକ, ୬୪ ଗିରଫ

mahabharatanews

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

mahabharatanews