Uncategorized

ଏହି ୫ଟି ଗଛ ଋଣରୁ ଦେବ ମୁକ୍ତି

(ମହାଭାରତ): ଆଧୁନିକ ଯୁଗରେ ନିଜକୁ ଅନ୍ୟମାନଙ୍କ ସମକକ୍ଷ ହେବାକୁ ପଡୁଛି । ବିଭିନ୍ନ ସମୟରେ ଲୋକମାନେ ନିଜ ଆବଶ୍ୟକତାକୁ ପୂରଣ କରିବାକୁ ଧାର କରଜ କରିଦିଅନ୍ତି । ଲୋକମାନେ ନିଜ ଆବଶ୍ୟକତାକୁ ପୂରଣ କରିବାକୁ ଧାର କରଜ କରିଦିଅନ୍ତି । ଲୋକମାନେ ଧାର କରଜ କରି ଅନ୍ୟଠାରୁ ଟଙ୍କା ତ ନେଇ ଆସନ୍ତି କିନ୍ତୁ ତାକୁ ଫେରାଇବା ପାଇଁ ତାଙ୍କୁ ପୂରା ଜୀବନ ଲାଗିଯାଇଥାଏ । ଏମିତିରେ ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ କୁହାଯାଇଛି ଯାହା ସାହାଯ୍ୟରେ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଠିକ୍ ବାର ଏବଂ ନକ୍ଷତ୍ରରେ କରଜ ନେବା ଉଚିତ ନଚେତ କରଜକୁ ସୁଝିବା ପାଇଁ ବହୁ କଠିନ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଜ୍ୟୋତିଷ ଶାସ୍ତ୍ରର କିଛି ଉପାୟ ନେଇ ଆସିଛୁ ଯାହାକୁ ଆପଣେଇଲେ ଆପଣ ସୁଝି ପାରୁନଥିବା କରଜ ଟଙ୍କାକୁ ସୁଝି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।
କଦଳୀ ଗଛର ଉପାୟ:  
କଦଳୀ ଗଛକୁ ବହୁତ ପବିତ୍ର ବୋଲି ଧରାଯାଇଛି ଏବଂ ଅନେକ ଧାର୍ମିକ କାର୍ଯ୍ୟରେ ଏହାର ବ୍ୟବହାର କରାଯାଏ । ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ କଦଳୀ ଭୋଗ ଲଗାଯାଇଥାଏ । କରଜରୁ ମୁକ୍ତି ଏବଂ ଜୀବନରେ ସମୃଦ୍ଧି ପାଇବା ପାଇଁ ପ୍ରତି ଗୁରୁବାର କଦଳୀ ଗଛକୁ ପୂଜା କରିବା ଉଚିତ ।
ନଡିଆ ଗଛ:
ଗୋଟିଏ ନଡିଆ ନେଇ ସେଥିରେ ଚମେଲୀ ତେଲ ମିଶାଇଥିବା ସିନ୍ଦୁରରେ ସାତ୍ତ୍ୱିକ ଚିହ୍ନ ବନାନ୍ତୁ । ଲଡୁ ବା ଗୁଡ ଚିନିର ଭୋଗକୁ ନେଇ ହନୁମାନଙ୍କ ମନ୍ଦିର ନେଇ ତାଙ୍କ ଚରଣରେ ଅର୍ପଣ କରି ଋଣମାଚେକ ମଙ୍ଗଳ ସ୍ତ୍ରୋତ ପାଠ କରନ୍ତୁ, ଦେଖିବେ ତତ୍କାଳ ଲାଭ ପ୍ରାପ୍ତ ହେବ ।
ବେଲ ଗଛ:
ଯେଉଁ ଘରେ ବେଲ ଲଗାଯାଇଥାଏ ସେହି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ । ଏହାଛଡା ନୀଳ ଫୁଲ ଥିବା କୃଷ୍ଣକାନ୍ତାର ବେଲ ଦ୍ୱାରା ଆର୍ଥିକ ସମସ୍ୟା ଶେଷ ହୋଇଯାଇଥାଏ । ଘରର ପୂର୍ବ ଦିଗରେ ଗୋଲାପ, ଚମ୍ପା, ମନ୍ଦାର, ଚମେଲୀ, ଦୁବ, ତୁଳସୀ ଆଦି ଗଛ ଲଗାଇବା ଉଚିତ । ଏହାଦ୍ୱାରା ଶତ୍ରୁନାସ, ଧନସଂପଦା ବୃଦ୍ଧି ଏବଂ ସନ୍ତାନ ସନ୍ତତି ପ୍ରାପ୍ତ ହୋଇଥାଏ ।
ଓଶ୍ୱତ୍ଥ ଗଛ:
ଏ୍ମଶାନ କୂଅରୁ ଜଳ ଆଣି ଓଶ୍ୱତ୍ଥ ଗଛରେ ଚଢାଇବା ଉଚିତ । ଏପରି ନିୟମିତ ଭାବରେ ୭ଶନିବାରରେ କରିବା ଉଚିତ ଏବଂ ଶନିବାର ଦିନ ଓଶ୍ୱତ୍ଥ ଗଛ ତଳେ ଦିପ ଜଳାଇବା ଉଚିତ । ଏହି ଉପାୟ ଦ୍ୱାରା କରଜଠାରୁ ମୁକ୍ତି ମିଳିବ ।

Related posts

ପୁଣି ଯୋଗୀଙ୍କୁ ହତ୍ୟା ଧମକ

mahabharatanews

ଜମ୍ମୁରୁ ବିପୁଳ ପରିମାଣର ଗୁଳିଗୁଳା ଜବତ

mahabharatanews

୬୦ ଦିନ ପାଇଁ ଗ୍ରିନକାର୍ଡ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

mahabharatanews