ଓଡିଶାରାଜନୀତି

ଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ଜାତିସଂଘ : କଂଗ୍ରେସ ନେତା ନରସିଂହ ମିଶ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିଛନ୍ତି। ଗତ ୪ ତାରିଖରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନ ବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏୟାରପୋର୍ଟରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଲାଗି ଲୋକାରଣ୍ୟ ହୋଇ ଉଠିଥିଲା। ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଆୟୋଜନରେ ଯେପରି ତ୍ରୁଟି ରହିନଯାଏ ସେଥିପାଇଁ ବିଜେଡିର ଏକ ଟିମ ତଦାରଖ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଉପଲକ୍ଷେ ମଧ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ଭୁବନେଶ୍ୱରରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଗତ ୨୦୧୭ରେ ଆଉଟଲୁକ ମ୍ୟାଗାଜିନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୮ରେ ପୁନେ ଛାତ୍ର ସଂସଦ ପକ୍ଷରୁ ମଧ୍ୟ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଗତ ୨୨ ବର୍ଷ ଧରି ରାଜ୍ୟର ଲୋକଙ୍କୁ ଟିକିଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିଲେ ନାହିଁ। ଏହାଛଡା ଶିକ୍ଷକ ଦେଇ ପାରିଲେନି କି ଡାକ୍ତର ଦେଇ ପାରିଲେନି ବୋଲି କହି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିବା ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ଜାତିସଂଘ ବୋଲି କହି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ଦିଲ୍ଲୀରେ ଅନେକ ସଂସ୍ଥା ଅଛନ୍ତି, ଯେଉଁମାନେ ପୁରସ୍କାର ଦେଇଥାନ୍ତି ବୋଲି କହିଥିଲେ। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ବିଜେଡି କିପରି ୨୦୨୪ ନିର୍ବାଚନ ଜିତିବ ସେଥିପାଇଁ ଏହା ପୂର୍ବ ପ୍ରସ୍ତୁତି ବୋଲି କହି କଟାକ୍ଷ କରିଛନ୍ତି। ବିଜେଡିର କହିବା ଅନୁସାରେ ସେ ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଖାଦ୍ୟ ନିରାପତ୍ତା କିମ୍ବା ଦାରିଦ୍ର ଦୂରିକରଣ ସବୁ କ୍ଷେତ୍ରରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ଏସବୁ ସେଲିବ୍ରେସନ କରାଯାଉଥିବା ବିଜେଡି କହିଛି।

Related posts

କରୋନା ସଚେତନତା କଲେ ମାନିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠି, ପନିପରିବା ବିକିଲେ ଓ ମାଗଣାରେ ମାସ୍କ ଦେଲେ

mahabharatanews

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

mahabharatanews

ସତ୍ୟବାଦୀରେ ସ୍ୱେଚ୍ଛାସେବୀ ସଂଗଠନର ବୃକ୍ଷ ରୋପଣ

mahabharatanews