Uncategorized

ଓଜନ ହ୍ରାସ କରେ କେଶର

(ମହାଭାରତ): ଭାରତୀୟ ଖାଦ୍ୟରେ ବ୍ୟବହୃତ ହେଉଥିବା ମସଲା ଗୁଡିକୁ ମଧ୍ୟରୁ ଗୋଟିଏ ହେଉଛି କେଶର ବା ସାଫ୍ରୋନ୍ । ଏହା ମହଙ୍ଗା ହୋଇଥିଲେ ମଧ୍ୟ ଅନେକ ଔଷଧୀୟ ଗୁଣରେ ଭରପୂର । ଏଥିରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥିବାରୁ କ୍ଷୀରରେ ମିଶାଇ ରୋଗୀ ଓ ଗର୍ଭବତୀଙ୍କୁ ପିଇବାକୁ ଦିଆଯାଇଥାଏ । କେଶର କେବଳ ଖାଦ୍ୟର ସ୍ୱାଦକୁ ବଢାଇ ନଥାଏ, ଏଥିରେ ଥିବା ପୋଷାକତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତା’ହେଲେ ଆସନ୍ତୁ ଜାଣିବା କେଶରେ କ’ଣ ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ।

୧- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖାଇଲେ ଭୋକ କମ୍ ଲାଗିଥାଏ । ଯଦି ଆପଣ ଅଧିକ ଓଜନକୁ ନେଇ ଚିନ୍ତାରେ ଅଛନ୍ତି, ତା’ହେଲେ ଦୈନନ୍ଦିନ ଡାଏଟରେ କେଶରକୁ ସାମିଲ କରନ୍ତୁ । ଏହାଦ୍ୱାରା ଓଜନ କମ୍ ହୋଇଥାଏ ।
୨- କେଶର ଶରୀରରେ ହରମୋନକୁ ନିୟନ୍ତ୍ରଣ କରେ । ଯେଉଁ ମହିଳାଙ୍କର ଋତୁସ୍ରାବ ଜନିତ ସମସ୍ୟା ରହିଛି, ସେମାନଙ୍କୁ କେଶର ଖାଇବାକୁ ଦିଅନ୍ତୁ । କେଶର ଖାଇଲେ ମାସିକ ଋତୁସ୍ରାବ ଠିକ୍ ହେବା ସହ ପେଟ ଯନ୍ତ୍ରଣା କମ୍ ହୋଇଥାଏ । କେଶର ଖାଇଲେ ମାସିକ ଋତୁସ୍ରାବ ଠିକ୍ ହେବା ସହ ପେଟ ଯନ୍ତ୍ରଣା କମ୍ ହୋଇଥାଏ ।
୩- ଜ୍ୱର,ଥଣ୍ଡା ଓ କାଶର ଚିକିତ୍ସା ପାଇଁ ମଧ୍ୟ କେଶରକୁ ବ୍ୟବହାର କରାଯାଇଥାଏ ।
୪- ଗବେଷଣା ଅନୁସାରେ କେଶର ହାର୍ଟ ପାଇଁ ଭଲ । ତେଣୁ କେଶର ଖାଇଲେ ହାର୍ଟ ଆଟାକର ଆଶଙ୍କା କମ୍ ରହିଥାଏ ।
୫- କେଶରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଆଖିର ଦୃଷ୍ଟିଶକ୍ତି ବଢାଇଥାଏ ।

Related posts

ଲଦାଖରେ ପୁଣି ଚୀନ ସେନାର ଅନୁପ୍ରବେଶ

mahabharatanews

ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews

ଆଜିଠାରୁ ୩ ଦିନ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

mahabharatanews