Uncategorized

କଂଗ୍ରେସ କାର୍ଯ୍ୟକର୍ତ୍ତା ବାଣ୍ଟିଲେ ଗୋମାଂସ ତରକାରୀ

(ମହାଭାରତ, ଥିରୁବନନ୍ତପୁରମ): କେରଳରେ ପୁଣି ଗୋମାଂସକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୋଲିସ ତାଲିମ ନେଉଥିବା ପିଲାଙ୍କ ଖାଦ୍ୟ ମେନ୍ୟୁରୁ ଗୋମାଂସ ହଟାଯିବା ପରେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା କୋଝିକୋଡ ଜିଲ୍ଲାର ମୁକ୍କାମ ପୋଲିସ ଷ୍ଟେସନ ଆଗରେ ଗୋମାଂସ ତରକାରୀ ସହ ରୁଟି ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀ ପିନ୍ନାରୟୀ ବିଜୟନ ଆରଏସଏସ ଆଗରେ ମୁଣ୍ଡ ନୁଆଁଉଛନ୍ତି ବୋଲି କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଚିବ କେ. ପ୍ରବୀନ କୁମାର ଅଭିଯୋଗ କରିଛନ୍ତି । ବିଜୟନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏହାପରେ ଲୋକନାଥ ବେହେରାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା । ଫଳସ୍ୱରୁପ ପୋଲିସ ଟ୍ରେନିଂ ବେଳେ ପିଲାଙ୍କ ଖାଦ୍ୟ ମେନ୍ୟୁରୁ ଗୋମାଂସ ହଟାଯାଇଛି । ତେବେ ଏପରି କରି କେରଳ ମୁଖ୍ୟମନ୍ତ୍ରୀ ଆରଏସଏସ ଏଜେଣ୍ଡାକୁ ରାଜ୍ୟରେ ଲାଗୁ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ରଶିକ୍ଷଣ ନେଉଥିବା ପୋଲିସ କର୍ମଚାରୀଙ୍କ ମେନ୍ୟୁରୁ ଗୋମାଂସ ହଟାଯାଇନାହିଁ ବୋଲି କେରଳ ପୋଲିସ ସ୍ପଷ୍ଟ କରିଛି ।

Related posts

ମହାରାଷ୍ଟ୍ରରେ ଲାଗୁ ହେବନି ଏନଆରସି: ଉଦ୍ଧବ ଠାକରେ

mahabharatanews

ଦେଶରେ ୨.୧୮ କୋଟି ଟୀକା ଉପବବ୍ଧ ରହିଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ 

mahabharatanews

ଅକ୍ଟୋବରରେ ଆସିବ ‘କେଜିଏଫ’

mahabharatanews