ଓଡିଶା

ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬

ଆଜି ଆସିବ ଓଡ଼ିଶା ବଜେଟ୍ ୨୦୨୬ । ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଆୟ ବ୍ୟୟର ହିସାବ ପେଡ଼ି ଖୋଲିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ। କେଉଁଠୁ ଆସିବ ଅର୍ଥ, କେମିତି ଖର୍ଚ୍ଚ ହେବ । ବଜେଟ୍ ଆକାର ବଢି ୩ ଲକ୍ଷ ୨୦ ହଜାର କୋଟି ଟଙ୍କା ଟପିପାରେ । ଗତ ବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟି ର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିବା ବେଳେ ୧୭ ହଜାର ୪୪୦ କୋଟି ର ଅତିରିକ୍ତ ବଜେଟ ଆଣିଥିଲେ । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ଲକ୍ଷ ୨୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ସଠିକ ସମୟରେ ବଜେଟ୍ ଅର୍ଥ ଖର୍ଚ୍ଚ ନ ହେବ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଏହାସହ ଋଣଭାର ବି ବଢୁଛି । ଏହା ଭିତରେ ଏକ ସନ୍ତୁଳିତ ବଜେଟ୍ ରଖିବାକୁ ଚାହିଁବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଫୋକସ ରେ ରହିପାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ଭିତ୍ତିଭୂମି ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଭଳି କ୍ଷେତ୍ର ।

ଅର୍ଥମନ୍ତ୍ରୀ ଭାବେ ଲଗାତାର ତୃତୀୟ ଥର ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗତ ହେବାକୁ ଥିବା ବଜେଟରେ ସମ୍ଭାବ୍ୟ ଘୋଷଣା ଓ ଆହ୍ୱାନ କଣ ରହିବ ଆସନ୍ତୁ ଦେଖିବା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁକୁ ଅଧିକ ଫୋକସ କରି ପାରନ୍ତି ରାଜ୍ୟ ସରକାର । ଗ୍ରାମୀଣ ଭିତ୍ତିଭୂମି ଉନ୍ନତିକୁ ମିଳିପାରେ ଅଧିକ ପ୍ରାଧାନ୍ୟ । କୃଷି କ୍ଷେତ୍ରକୁ ମିଳିପାରେ ପ୍ରାଥମିକତା। ମଣ୍ଡି ଭିତ୍ତିଭୂମି, ଶୀତଳ ଭଣ୍ଡାର ନିର୍ମାଣ ସହ ଇନପୁଟ ସବସିଡ଼ି ପାଇଁ ହୋଇପାରେ ଅଧିକ ବ୍ୟୟ ବରାଦ । ଜଳସେଚନ ପାଇଁ ବଜେଟ୍‌ରେ ଅଧିକ ବ୍ୟବସ୍ଥା ରଖି ପାରନ୍ତି ରାଜ୍ୟ ସରକାର । ନୂଆ ବ୍ୟାରେଜ ଓ ଡ୍ୟାମ ନିର୍ମାଣ ପାଇଁ ଘୋଷଣା କରି ପାରନ୍ତି ସରକାର । ମହିଳା ସଶକ୍ତିକରଣ ପାଇଁ ଲକ୍ଷ ପତି ଦିଦି, ସୁଭଦ୍ରା ଯୋଜନା ଭଳି ଫ୍ଲାଗସିପ ସ୍କିମରେ ଅଧିକ ବ୍ୟୟ ବରାଦ ହୋଇପାରେ । ଟେକ୍ନୋଲୋଜି ବିକାଶ, ଏଆଇ, ଭିତ୍ତିଭୂମି, ଶିଳ୍ପ ଓ ସଡ଼କ ପରିବହନର ବିକାଶ ପାଇଁ ନିଆଯାଇପାରେ ବଡ଼ ନିଷ୍ପତ୍ତି । ସାମାଜିକ ସୁରକ୍ଷା କୁ ମିଳିପାରେ ଗୁରୁତ୍ୱ । ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ହୋଇପାରେ । କ୍ୟାପିଟାଲ ରିଜନ ରିଂ ରୋଡ, ଅର୍ଥନୈତିକ କରିଡର ଭଳି ନୂଆ ଯୋଜନା ପାଇଁ ମଧ୍ୟ ବଜେଟରେ ବଡ ବ୍ୟୟବରାଦ ହେବ। ଶିକ୍ଷା ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାକୁ ବଜେଟରେ ମିଳିପାରେ ପ୍ରାଧନ୍ୟ।

Related posts

୬ଟାରୁ ମହାପ୍ରଭୁଙ୍କ ଦର୍ଶନ ମନା

mahabharatanews

ପୁରୀ କହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ କହିଲେ ପୁରୀକୁ ବୁଝାଏ: ସମୀର ଦାସ

mahabharatanews

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ

mahabharatanews