ଓଡିଶା

କଟକରୁ ହଟିଲା ସଟଡାଉନ, ରହିବ ରାତି କର୍ଫ୍ୟୁ

(ମହାଭାରତ/କଟକ): ଗତ କିଛି ଦିନ ଧରି କଟକ ସହରରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଧୀରେ ଧୀରେ ସ୍ଥିତି ସ୍ୁଧୁରୁଥିବା ଦେଖି ସହରରେ ଲାଗୁ ହୋଇଥିବା ସଟଡାଉନ କଟକଣାକୁ କେତେକ ସର୍ତ୍ତ ଅନୁଯାୟୀ ଉଠାଯାଇଛି। ସୋମବାରଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ସହରରେ ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁହେବ। ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ। କୋଭିଡ କଟକଣା ସର୍ତ୍ତ ସହିତ ସହରରେ ସପିଂ ମଲ୍ ଖୋଲିବ । କିନ୍ତୁ ପାର୍କଗୁଡିକ ଜୁଲାଇ ଶେଷ ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ରବିବାର ଗୀତଗୋବିନ୍ଦ ସଦନଠାରେ କଟକର କରୋନା ସ୍ଥିତି ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରୁ ଜଣାଯାଇଛି। ଆଜିଠୁ ସଟଡାଉନ ଉଠିବା ପରେ ନୂଆ କଟକଣା ସଂପର୍କରେ ସିଏମସି କମିସନର ଅନନ୍ୟା ଦାସ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ସପିଂ ମଲ୍ ଖୋଲିବା ପାଇଁ କୌଣସି ଅନୁମତି ଦିଆଯାଇନଥିଲା । ପ୍ରାୟ ୪ମାସ ପରେ ସହରରେ ସମସ୍ତ ସପିଂ ମଲ୍ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ପୂର୍ବଭଳି ସମସ୍ତ ନିୟମ କାର୍ୟ୍ୟକାରୀ ସହ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ ବାଧ୍ୟତାମୂଳକ ରହିଛି ।
ସୂଚନାଯୋଗ୍ୟ, ଏବେ ସୁଦ୍ଧା କଟକ ଗ୍ରାମାଞ୍ଚଳରେ ୭୫୦ ଆକ୍ରାନ୍ତ ବାହାରିଥିବାବେଳେ ସେଥିରୁ ୫୬୯ଜଣ ସୁସ୍ଥ ହୋଇଛନ୍ତି। ୨୪୯ଜଣ କଟକ ସହରରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ ସୁସ୍ଥ ହୋଇ ସାରିଲେଣି।

Related posts

ସୁରଟ ଫେରନ୍ତାକୁ ରାତ୍ରି ଯାପନ ପାଇଁ ମିଳିଲା ରାସ୍ତା କଡ

mahabharatanews

ଜମି ମାଫିଆଙ୍କୁ ଗିରଫ ଦାବିରେ ଦଳିତ ମହାସଙ୍ଘର ଧାରଣା

mahabharatanews

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼

mahabharatanews