ଅପରାଧ

ଭାରସାମ୍ୟ ହରାଇ ୬୦ଫୁଟ ତଳକୁ ଓଲଟିଲା ହାଇଓ୍ବା
(କଣିହାଁ/ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ହାଇଓ୍ବା ଗାଡି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଦେବଗଡ ଜିଲ୍ଲାରୁ ପାଉଁଶ ଖଲାସ କରି ହାଇଓ୍ବାଟି କଣିହାଁ ଅଭିମୁଖେ ଫେରୁଥିବା ବେଳେ ରେଙ୍ଗାଳି ଗାଁ ନିକଟରେ ଭାରସ୍ୟାମ ହରାଇ ବିଲ ମାଳକୁ ଓଲଟି ପଡିଥିଲା । ଖାଲି ଗାଡିଟି ଦ୍ରୁତ ବେଗରେ କଣିହାଁ ଅଭିମୁଖେ ଫେରୁଥିବା ବେଳେ ଏନଏଚରୁ ୬୦ଫୁଟ୍ ତଳକୁ ଗାଡିଟି ଭାରସାମ୍ୟ ହରାଇ ଖସି ପଡିଥିଲା। ଅନ୍ୟପକ୍ଷରେ ରେଙ୍ଗାଳି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ପୋଲିସ ଦୁର୍ଘଟଣାର ମାମଲା ରୁଜୁ କରୁନଥିବାରୁ ଆଜି ଘଟଣାସ୍ଥଳରେ ଜନ ଅସନ୍ତୋଷ ପ୍ରକଶ ପାଇଥିଲା ।

Related posts

ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

mahabharatanews

ଘରୋଇ କଳହ ସ୍ୱାମୀକୁ ସଜେଇଲା ପିଶାଚ

mahabharatanews