ଓଡିଶା

ଗାଁ ମୁହଁରେ ବ୍ୟାରିକେଡ ଲଗାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

(ଭୁବନେଶ୍ୱର): କରୋନା ଭୟରେ ଏବେ ଗାଁ ରାସ୍ତକୁ ଗାଁ ଲୋକେ ବନ୍ଦ କରି ଦେଉଛନ୍ତି। କିନ୍ତୁ ଏବେ ଗାଁରେ ମନଇଚ୍ଛା ବସାଇ ପାରିବେ ନାହିଁ ବ୍ୟାରିକେଡ। ଗାଁର ପ୍ରବେଶ ପଥରେ ବାଡ ବା ବ୍ୟାରିକେଡ ବସାଇଲେ ନିଆଯିବ ଦୃଢ଼ କାର୍ୟ୍ୟାନୁଷ୍ଠାନ। ଗାଁ ଲୋକଙ୍କ ଦ୍ଵାର କରାଯାଉଥିବା ବ୍ୟାରିକେଡ ସମ୍ପୂର୍ଣ୍ଣ ବେଆଇନ।

ପ୍ରଶାସନ ବ୍ୟତୀତ ଅନ୍ୟ କେହି ବ୍ୟାରିକେଡ ବସାଇ ପାରିବେ ନାହିଁ। ବେଆଇନ ବ୍ୟାରିକେଡ ବା ବାଡ଼ ଉଠାଇବା ପାଇଁ ଜିଲ୍ଲାପାଲଙ୍କୁ ମୁଖ୍ୟ ଶାସନସଚିବ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ପଞ୍ଚାୟତ ଏବଂ ଗାଁରେ ମନଇଚ୍ଛା ରାସ୍ତାକୁ ଅବରୋଧ କରିବା ବେଆଇନ ବୋଲି ମୁଖ୍ୟ ଶାସନ କହିଛନ୍ତି।

ଏହା ମାଲ ପରିବହନ ଓ ଶ୍ରମିକମାନଙ୍କ ଯାତାୟତରେ ବାଧା ସୃଷ୍ଟି କରୁଛି। କେବଳ କଣ୍ଟେନମେଣ୍ଟ ଏରିଆ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବ୍ୟାରିକେଡ ବା ବାଡ଼ ବସାଇ ପାରିବେ ନାହିଁ। ଏନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

Related posts

କାକଟମଙ୍ଗଳା ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

mahabharatanews

ବ୍ୟାପକ ବର୍ଷାରେ ଫସଲହାନୀର କ୍ଷତି ପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

ଏଣିକି ମାତ୍ର ୨୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି’ରେ ସୋସାଇଟି ହାତକୁ ଆସିବ ଜମି ମାଲିକାନା

mahabharatanews