ଓଡିଶା

କଡା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର 

(ପୁରୀ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ଠୁ ଆରମ୍ଭ ହେଉଛି ପ୍ରସ୍ତୁତି ପର୍ବ । ଏ ନେଇ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫ଥାକିଆ ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର । ୪୪ପ୍ଲାଟୁନ ପୁଲିସ ଫୋର୍ସ ସମେତ ବରିଷ୍ଠ ଅଧିକାରୀ ମୃତୟନ ହେବେ । ଆଜି ଠାରୁ ୧୭ତାରିଖ ପର୍ଯ୍ୟନ୍ତ ପୁଲିସ ମୃତୟନ ରହିବେ ।

ସୂଚାନୁଯାୟୀ , ଏହା ସହ କେବଳ ୧୭ତାରିଖ ଦିନ ପାଇଁ ଅଧିକ ୨୦ପ୍ଲାଟୁନ ପୁଲିସ ଫୋର୍ସ ସମେତ ସ୍ୱତନ୍ତ୍ର ସୁରକ୍ଷା କରାଯିବ । ଏହା ବାଦ୍ ସିସିଟିଭି ନଜରରେ ରହିବ ପୁରା ସହର । ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ମଧ୍ୟ ପୁଲିସ ବ୍ୟବସ୍ଥା ରହିବ । ଯଜ୍ଞସ୍ଥଳୀରେ କଡା ସୁରକ୍ଷା ବ୍ୟବସ୍ଥା ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ପୂଜାକାର୍ୟ୍ୟ । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

Related posts

ଦୁଇଦିନ ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ଭିନ୍ନକ୍ଷମ ଚଣ୍ଡୁ ଓ ଜମିହରା ସୈାଭାଗ୍ୟକୁ ମିଳିଲା ପ୍ରତିଶୃତି, ‘ଆମରଣ ଅନଶନ’ ସ୍ଥଗିତ

mahabharatanews

ଅପରାହ୍ନ ସୁଦ୍ଧା ପୋଲିଂ ପାର୍ଟି ବୁଥରେ ପହଞ୍ଚିବେ ରାଜ୍ୟ ନିର୍ବାଚନ କମିସନ

mahabharatanews