Uncategorized

କନିଆ ଛାଡି ଫେରୁଥିବା ବେଳେ ଦୁର୍ଘଟଣା: ୫ ମୃତ ୨୪ ଆହତ

ତାଙ୍ଗଲା: ଆଜି ଆସାମର ଉଦଲଗୁରୀ ଜିଲ୍ଲାରେ ଏକ ଟ୍ରାକ୍ଟରରେ କିଛି ଲୋକ ଯାତ୍ରା କରୁଥିବା ସମୟରେ ଟ୍ରକଟି ରାସ୍ତା କଡର ଏକ ଗଛରେ ଧକ୍କା ଖାଇ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହେବା ସହ ୨୪ ଜଣ ଆହତ ହୋଇଛନ୍ତି । ତାଙ୍ଗଲା ପୁଲିସ ସୂଚନା ଅନୁଯାୟୀ, ନାସୋନସାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ୩୨ ଜଣଙ୍କୁ ନେଇ ଯାଉଥିବା ଟ୍ରାକ୍ଟର୍ଟି ଗଛରେ ପିଟି ହେବା ପରେ ଦୁର୍ଘଟଣାଗ୍ରସ୍ତଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଆହତଙ୍କୁ ମଙ୍ଗଲଦୋଇ ସିଭିଲ ହସ୍ପିଟାଲକୁ ନିଆଯାଉଥିବା ସମୟରେ ଅନ୍ୟ ଦୁଇଜଣଙ୍କ ରାସ୍ତାରେ ମୃତ୍ୟୁ ଘଟିଥିଲା । ୧୪ ଗୁରୁତର ଆହତଙ୍କୁ ଗୌହାଟି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏହହି ୩୨ ଜଣ ଜଣେ ନବ ବିବାହିତାଙ୍କୁ ତାଙ୍କ ଶ୍ୱଶୁର ଘରେ ଛାଡି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମୃତଙ୍କ ପ୍ରତି ଶୋକ ବ୍ୟକ୍ତ କରିବା ସହ ଆହତଙ୍କ ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି ।

Related posts

ଜିମ ନ ଯାଇ ଘରେ ଏମିତି କରୁଛନ୍ତି ଏକ୍ସରସାଇଜ

mahabharatanews

୫ରେ ଓମର ଅବଦୁଲ୍ଲାଙ୍କ ଅଟକ ମାମଲା ଶୁଣାଣି

mahabharatanews

କୃଷ୍ଣକାୟ ମୃତ୍ୟୁ: ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ବିକ୍ଷୋଭକାରୀ

mahabharatanews