Uncategorized

କୂଅରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ

କୋଟା: କୋଟା ଅନ୍ତର୍ଗତ ଏକ ଚାଷ ଜମିରେ ଥିବା କୂଅରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଆଜି ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୋଟା ଅନ୍ତର୍ଗତ ଜୱାତିକଲା ଗ୍ରାମର ଭୁଲିବାଈ ଗୁରଜାର (୩୦) ଓ ମଞ୍ଜୁ ମେଘୱାନ (୪୦) ଶୁକ୍ରବାର ଅପରାହ୍ନରେ ବିଲରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ୩୫ ଫୁଟ ଗଭୀର କୂଅରୁ ପାଣି କାଢୁଥିବା ବେଳେ ଗୋଡ ଖସିଯିବାରୁ ସେ କୂଅ ଭିତରେ ପଡିଯାଇଥିଲେ । ଏହା ଦେଖି ଅନ୍ୟ ମହିଳା ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ କୂଅରେ ଖସି ପଡିଥିବା ସନ୍ଦେହ କରାଯାଉଛି । ସଂଧ୍ୟାରେ ଦୁହିଁଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ପୁଲିସକୁ ସୂଚନା ଦିଆଯ।।ଇଥିଲା । ପୁଲିସ ସେଠାରେ ପହଁଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା ।

Related posts

ଜାମିଆ ଡାକ୍ତରଙ୍କ ମୁକ୍ତି ଦାବିରେ ସମନ୍ୱୟ ସମିତିର ବିକ୍ଷୋଭ

mahabharatanews

ଅମ୍ଫାନ ମୁକାବିଲା: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ବିଦେଶକୁ ଗୋଏୟାରର ବିମାନ ଉଡାଣ ବନ୍ଦ

mahabharatanews