Uncategorized

କପିଲ ମିଶ୍ରାଙ୍କୁ ୱାଇ ପ୍ଲସ ସୁରକ୍ଷା

(ନୂଆଦିଲ୍ଲୀ): ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରାଙ୍କୁ ୱାଇ ପ୍ଲସ ସୁରକ୍ଷା ମିଳିବ । ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି ସୁରକ୍ଷା ଦିଆଯିବ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ଉତ୍ତେଜନା ସୃଷ୍ଟିକାରୀ ଏବଂ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବାରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ତେବେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ଏହି ସୁରକ୍ଷା ମିଳିବା ପରେ କପିଲଙ୍କ ଚାରିପଟେ ସଶସ୍ତ୍ରବାହିନୀ ୨୪ ଘଣ୍ଟା ନିୟୋଜିତ ରହିବେ । ତାଙ୍କୁ ହତ୍ୟା ଧମ ମିଳୁଥିବା ଅଭିଯୋଗ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ତାଙ୍କୁ ହତ୍ୟା ଧମକ ଆସୁଥିବା ନେଇ କପିଲ ପୂର୍ବରୁ ଅଭିଯୋଗ ଆଣିଥିିଲେ । ଦିଲ୍ଲୀ ପୋଲିସ ଏହି ସୁରକ୍ଷା ବ୍ୟବସ୍ଥା ବିଜେପି ସାଂସଦଙ୍କୁ ଯୋଗାଇଦେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି । ସୂଚନାଯୋଗ୍ୟ, ପୂର୍ବରୁ ଦିଲ୍ଲୀ ହିଂସାକୁ ଉସୁକାଇବା ଅଭିଯୋଗରେ କପିଲ ମିଶ୍ରାଙ୍କ ନାଁରେ କାହିଁକି ମାମଲା ରୁଜୁ ହେଉନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା ।

Related posts

ଡ୍ରଗ୍ସ ଲିଙ୍କରେ ଯୋଡ଼ିହୋଇଛନ୍ତି ଦୀପିକା

mahabharatanews

ଅଶ୍ୱିନୀଙ୍କ ବଡ ପଦକ୍ଷେପ: ଦୁଇଟି ସିପ୍ଟରେ କାମ କରିବ ରେଳମନ୍ତ୍ରୀଙ୍କ ଅଫିସ

mahabharatanews

ଶ୍ରୀଲଙ୍କାରେ ପହଞ୍ଚିଲା ଆଇଏନଏସ ଜଳାଶ୍ୱ

mahabharatanews