Uncategorized

ଦଳ ହିତଠୁ ଉଚ୍ଚରେ ଦେଶ ହିତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଂସଦୀୟ ଦଳର ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଦିଲ୍ଲୀ ହିଂସାକୁ ନେଇ ଆଲୋଚନା ହୋଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଶାନ୍ତି ଓ ସୌହାର୍ଦ୍ଦ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି, ବୈଠକରେ ମୋଦି ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ବିକାଶ ଆମର ମନ୍ତ୍ର ଓ ବିକାଶର ପ୍ରଥମ ଆବଶ୍ୟକତା ହେଉଛି ଏକତା ଓ ସୌହାର୍ଦ୍ଦ୍ୟ । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ସାଂସଦଙ୍କୁ ସମାଜର ଶାନ୍ତି, ସୌହାର୍ଦ୍ଦ୍ୟ ଓ ଏକତା ସୁନିଶ୍ଚିତ କରିବା ପାଇଁ ପ୍ରଥମିକତା ନେବାକୁ ହେବ । ଅ।।ଜି ମଧ୍ୟ ଏମିତି କିଛି ଦଳ ଅଛି, ଯେଉଁମ।।ନେ ପାର୍ଟିର ହିତକୁ ଦେଶ ହିତଠାରୁ ବଡ ମନେ କରୁଛନ୍ତି ।

ୋମଦି ଦେଶ ହିତକୁ ପାର୍ଟିଠାରୁ ଉଚ୍ଚରେ ଦର୍ଶାଇବାକୁ କହିଥିଲେ, ବିକାଶ ଆମର ମନ୍ତ୍ର ଓ ବିକାଶର ପ୍ରଥମ ଆବଶ୍ୟକତା ଏକତା ଓ ସୌହାର୍ଦ୍ଦ୍ୟ ଅଟେ । ମୋଦି ଆହୁରି କହିଥିଲେ, ଦଳର ହିତଠାରୁ ବଡ ଓ ପ୍ରମୁଖ ହେଉଛି ଦେଶ ଓ ଯଦି ଭାରତ ମାତା କି ଜୟ କୁହାଯାଉଛି, ତେବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କିଛି ଲୋକଙ୍କୁ ଏହା କହିବାକାୁ ମଧ୍ୟ କଷ୍ଟକର ହେ।।ଇଥାଏ, ଯାହା ଅତ୍ୟନ୍ତ ଦୁଃଖଦ ଘଟଣା । ଆମକୁ ଦେଶର ହିତ ପାଇଁ ଲଢିବାକୁ ହେବ । ଆମକୁ ଦେଶର ହିତକୁ ପ୍ରାଧ।।ନ୍ୟ ଦେବାକୁ ହେବ । ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ସମସ୍ତ ସାଂସଦ ଉପସ୍ଥିତ ଥିଲେ ।

Related posts

ଘର ବାଡ଼ିରୁ ସନ୍ଦେହ ଜନକ ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଶରୀର ଠାବ

mahabharatanews

ଦେଶରେ ଦିନକରେ ୨୮ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

୭ ମହଲା କୋଠାରେ ନିଆଁ: ଅଗ୍ନିଶମ ଗାଡି ନିୟୋଜିତ

mahabharatanews