ଓଡିଶା

କରୋନାରେ ରାଜ୍ୟରେ ଆଉ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର/ ଶିଳାସ୍ମିତା ରାୟ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ୧୫୯ରେ ପହଞ୍ଚିଛି ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୃତକଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ଜଣେ ଥିବା ବେଳେ ଜଣେ ପୁରୀ ଜିଲ୍ଳାରୁ ଜଣେ ଗଞ୍ଜାମ ଜିଲ୍ଲାରୁ, ଜଣେ ଫୁଲବାଣୀ ଜିଲ୍ଳାରୁ ଓ ଜଣେ ମାଲକାନଗିରି ଜିଲ୍ଳାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବାଲଲେଶ୍ବର ଜିଲ୍ଳାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତଙ୍କ ବୟସ ୪୬ ହୋଇଥିବା ବେଳେ ସେ ମଧୁମେହରେ ପୀଡିତ ଥିଲେ। ସେହିପରି ପୁରୀ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ୫୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ଗଞ୍ଜା ମ ଜିଲ୍ଲାର ମୃତ ମହିଳାଙ୍କ ବୟସ ୬୦ ହୋଇଥିôବା ବେଳେ ସେ ମଧୁମେହରେ ପୀଡିତ ଥିଲେ। ସେହିପରି ଫୁଲବାଣୀ ଜିଲ୍ଲାରୁ ଜଣେ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି, ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଜଣ୍ଡିସ୍‌ ମଧ୍ୟ ହୋଇଥିଲା। ମାଲକାନଗିରିରୁ ଜଣେ ୬୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ କରୋନାରେ ହୋଇଛି।

Related posts

ରାଜ୍ୟରେ ଏବେ ନାହିଁ ବନ୍ୟା ସ୍ଥିତି : ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

mahabharatanews

ନିସ୍ତବ୍ଧ କଣିହାଁ ବ୍ଲକସ୍ଥ ଡେରେଙ୍ଗ ଫାଣ୍ଡି

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି

mahabharatanews