ଓଡିଶା

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି

(ଭୁବନେଶ୍ୱର) :  ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି ।   ତେବେ ସେ ଅସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଗତକାଲି ସେ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ହେଲେ ଘରକୁ ଫେରିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁସାରେ, ଶ୍ରୀ ମହାନ୍ତିଙ୍କୁ ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡିଛି । ତାଙ୍କ ଆବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ ଖବର ଶୁଣି ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀ ଘରୋଇ ଡାକ୍ତରଖାନାରେ ଯାଇ ତାଙ୍କୁ ଭେଟିଛନ୍ତି । ସେହିପରି ତାଙ୍କ ପୁରୀ ବାସଭବନ ନିକଟରେ ଶତାଧିତ କର୍ମୀ ପହଞ୍ଚିଛନ୍ତି ।

Related posts

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

mahabharatanews

ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡର ବେଣୁ ଗୋପାଳ ଭୂପତିଙ୍କ ଅପିଲ

mahabharatanews

ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଇଏନଟିୟୁସିର ଦେଶ ବ୍ୟାପି ଆନ୍ଦୋଳନ ଡାକରା

mahabharatanews