ଓଡିଶା

କରୋନା ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ପିସିସି ସଭାପତିଙ୍କୁ ଜରିମାନା

ଭୁବନେଶ୍ୱର: କରୋନା ପରିଚାଳନାରେ ବିଭ୍ରାଟ ଅଭିଯୋଗରେ ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। କିନ୍ତୁ ପ୍ରଦର୍ଶନ ସମୟରେ କଂଗ୍ରେସ ନେତୃବୃନ୍ଦଙ୍କର ସାମାଜିକ ଦୂରତା କଟକଣା ଆଡେ ଜମାରୁ ବି ନିଘା ନ ଥିଲା । କଂଗ୍ରେସ କର୍ମକର୍ତ୍ତା ବିକ୍ଷୋଭ ବେଳେ ପରସ୍ପର ପାଖାପାଖି ଠିଆହେଇଥିବା ଦେଖିବାକୁ ମିଳିଥିଲା । କରୋନାକୁ ପ୍ରତିହତ କରିବାକୁ ସବୁଠାରୁ ବଡ ଆବଶ୍ୟକତା ଥିବା ସାମାଜିକ ଦୂରତାର ନାଁ ଗନ୍ଧ କଂଗ୍ରେସ ରକ୍ଷା କରିନଥିବା ବେଳେ କିନ୍ତୁ କରୋନା ପରିଚାଳନାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏଥିନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫ ଶହ ଟଙ୍କା ଜରିମାନା ଗଣିବାକୁ ପଡ଼ିଛି। ନିରଞ୍ଜନଙ୍କ ସମେତ ଅନ୍ୟ ୭ ଜଣ ନେତାଙ୍କୁ ମଧ୍ୟ ପୁଲିସ ଜରିମାନା କରିଛି । କଂଗ୍ରେସ ସମେତ ୧୩ଟି ରାଜନୈତିକ ଦଳ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିଲେ।

Related posts

ଗୁଣିଗାରେଡି ସନ୍ଦେହରେ ହତ୍ୟା ।

mahabharatanews

ବିକାଶ ପଥେ ସ୍ୱାଭିମାନ ଅଂଚଳ

mahabharatanews

ଢ଼ିଙ୍କିଆ ନୂଆଗାଁ ବିସ୍ଥାପିତ ପଦଯାତ୍ରୀ ମାନଙ୍କୁ ଗଡମା ଠାରେ ସ୍ୱାଗତ ସମ୍ବର୍ଦ୍ଧନା

mahabharatanews