ଓଡିଶା

ରାମଚଣ୍ଡୀ ନିକଟରୁ ଯୁବତୀଙ୍କ ଗଳିତ ନଗ୍ନ ମୃତଦେହ ଉଦ୍ଧାର

ଗୋପ: କୋଣାର୍କ-ପୁରୀ ମେରାଇନ ଡ୍ରାଇଭର ରାମଚଣ୍ଡୀ ନିକଟରେ ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ, ନଗ୍ନ ମୃତଦେହ ମିଳିଛି । ଏହା ବଙ୍ଗୋପସାଗର ଓ କୁଶଭଦ୍ରା ନଦୀର ସଂଗମସ୍ଥଳ ମୁହାଣମୁହଁରେ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବତୀଙ୍କ ବୟସ ୩୨ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଅନେକ ଦିନରୁ ମୃତଦେହଟି ପଡିଥିôବାରୁ ସେଥିରୁ ଦୁର୍ଗନ୍ଧ ବାହାରୁଛି ।

ରାମଚଣ୍ଡୀ ବୋଟ ଆସୋସିଏନର ସଦସ୍ୟମାନେ ଆଜି ସକାଳେ ବୋଟ ଯାଞ୍ଚ କରୁଥିବା ସମୟରେ ଏହି ମୃତଦେହଟି ଦେଖିବାକୁ ପାଇଥିଲେ । ମୃତଦେହର ମୁହଁଟି ନଷ୍ଟ ହୋଇଯାଇଥିବା ସମୟରେ ଶରୀରର ବିଭିନ୍ନ ସ୍ଥାନରୁ ଚମଡ଼ା ଉତୁରି ଯାଇଥିବାର ଦେଖାଯାଇଛି । ଗୋଟିଏ ଗୋଡ଼ରେ ପାଉଁଜି ରହିଛି । ମୃତଦେହଟି ସମୁଦ୍ରରେ ଭାସି ଆସି କୂଳରେ ଲାଗିଥିବାର ଅନୁମାନ କରାଯାଉଛି। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

Related posts

ଆହୁରି ବଢିବ ବର୍ଷାର ପରିମାଣ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା; ୧୮  ଜିଲ୍ଲାକୁ ୱାର୍ଣ୍ଣିଂ ଜାରି 

mahabharatanews

ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁ** ଉଦ୍ୟମ

mahabharatanews