Uncategorized

ଚୀନର ଆକ୍ରମଣାତ୍ମକ ମନୋବୃତ୍ତି ବଡ଼ ବିପଦ: ମାଇକ ପୋମ୍ପିଓ

ୱାସିଂଟନ: ଭାରତ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚିନ୍ତାର କାରଣ ହୋଇଛି । ଚୀନର ଏକଛତ୍ରବାଦୀ ଶାସନକୁ ଆମେରିକା ଶେଷ କରିବାକୁ ପ୍ରସ୍ତୁତି ଚଳାଇଛି। ଚୀନ୍ ତାର ପଡୋଶୀ ଦେଶର ଜାଗା ଅକ୍ତିଆ ମନୋବୃତ୍ତି ଗଲୱାନ ସଂଘର୍ଷ ପରେ ସ୍ପଷ୍ଟ ହେବା ପରେ ଆମେରିକା ଚୀନର ମନମୂଖି କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ତେଣୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମିର ମୁକାବିଲା ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ୟୁରୋପରୁ ନିଜର ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଛି।

ଗୋଟିଏ ପଟେ ଚୀନ୍ ଭାରତର ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ନିଜର ସୈନ୍ୟ ମୁତୟନ କରିଥିବାବେଳେ ଅନ୍ୟ ପଟେ ଦକ୍ଷିଣ ଚୀନ୍ ସାଗରରେ ତାର ଆକ୍ରମଣାତ୍ମକ ରଣନୀତି ବୃଦ୍ଧି କରିଛି। ଏଭଳି ପରିସ୍ଥିତିରେ ଆମେରିକା ଚୀନ୍ ଏହି କାର୍ଯ୍ୟକୁ ଏକ ବଡ଼ ବିପଦ ବୋଲି ବର୍ଣ୍ଣନା କରିଛି। ଏହାକୁ ଆଖିରେ ରଖି ଆମେରିକା ୟୁରୋପରୁ ନିଜର ସେନା କିଛି ମତ୍ରାରେ ଏସିଆରେ ନିୟୋଜିତ କରିବା ଆରମ୍ଭ କରିଛି। ଏହି ପ୍ରସଙ୍ଗରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ, ମୁଁ ଚଳିତ ମାସରେ ୟୁଏଇର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଶାନ୍ତିପୂର୍ଣ୍ଣ ପଡ଼ୋଶୀମାନଙ୍କୁ ଧମକ ଦେଉଥିବାବେଳେ ଏହା ଭାରତ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଉତ୍ତେଜନାମୂଳକ ସାମରିକ କାର୍ଯ୍ୟକଳାପର ଦୀର୍ଘ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଚୀନର କମ୍ୟୁନିଷ୍ଟ ପାର୍ଟି ବିଷୟରେ ଲୋକଙ୍କଠାରୁ ପ୍ରତିକ୍ରିୟା ଗ୍ରହଣ କରିଛୁ । ଚୀନକୁ ମାଇକ ଏକ ବିପଦ ବୋଲି କହିବା ସହ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନକୁ ବଢାଇ ଦେଇଛି। ତେଣୁ ଆମେ ଆମର ସେନାକୁ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ ଚୀନ୍ ସାଗରରେ ସେହି ସ୍ଥାନଗୁଡିକରେ ନିୟୋଜିତ କରିବାକୁ ଯାଉଛୁ ବୋଲି ମାଇକ କହିଛନ୍ତି ।

Related posts

ବାଇଡେନଙ୍କ ଉଦ୍ଘାଟନୀ ଉଦବୋଧନର ଲେଖକ ଜଣେ ଭାରତୀୟ

mahabharatanews

ବନ୍ୟାଜଳରେ ଆସାମର ୨୦ ଜିଲ୍ଲା: ୬୬ ଜଣଙ୍କ ମୃତ୍ୟୁ

mahabharatanews

ବକେୟା ଦରମା ଦାବିରେ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଆଇପିସିଏର ଚିଠି

mahabharatanews