ନବରଙ୍ଗପୁର: ମହାମାରୀ କରୋନାକୁ ନେଇ ସମଗ୍ର ଦେଶ ତଥା ରାଜ୍ୟର ପ୍ରତ୍ୟେକ ଗାଁ ଗଣ୍ଡାରେ ଭୟ । ଏପରି ଏକ ସମ୍ବେଦଳଶୀଳ ସମୟରେ ଜଣେ ଯୁବକ ଲୋକଙ୍କ ମଧ୍ୟରେ ଗୁଜବ ପ୍ରଚାର କରିଥିବାରୁ ପୁଲିସ ତାକୁ ଗିରଫ କରିଛି । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ବର୍ତ୍ତି ରାଇଘର ବ୍ଲକ ଭାରସୁଣ୍ଡି ଡି ଏନ କେ ଗ୍ରାମରେ । ରାଇଘର ଭାରପ୍ରାପ୍ତ ଥାନା ଅଧୀକାରୀ ସରିତା ମହାପାତ୍ରଙ୍କ ଅନୁଯାୟୀ, ଗତ ୧୭ ତାରିଖରେ ଭାରସୁଣ୍ଡି ଡି ଏନ କେ ଗ୍ରାମର ରବି ହାଲଦାରଙ୍କ ପୁଅ ମିଥୁନ ହାଲଦାର (୨୫) ଗ୍ରାମରେ ଥିôବା ଏକ ଖାସି ମାଂସ ଦୋକାନ ମଧ୍ୟରେ କଟାଯାଇଥିବା ଖାସିରେ କରୋନା ଭୂତାଣୁର ସଙ୍କେତ ଥିବା କଥା କହିବା ସହ ମାଂସ ନ ଖାଇବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ । ଏହା ସହ ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ମଧ୍ୟ ସେୟାର କରିଥିଲେ । ଏହି ଭିଡିଓ ଥାନା ଅଧିକାରୀଙ୍କ ଦୃଷ୍ଟିକୁ ଆସିବାରୁ ସେ ଏହା ଉପରେ ତ୍ୱରିତ ପଦକ୍ଷେପ ନେବା ସହ ଯୁବକ ନାମରେ କେଶ ନମ୍ବର ୪୦/୨୦ରେ ୧୫୩ଏ, ୧୮୮, ୫୦୪, ୫୦୫ (ଆଇ), ବି ୫୦୭ ଆଇପିସିରେ ମାମଲା ରୁଜୁ ହୋଇଛି । ଏହି ଗିରଫଦାରୀ ପରେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପୋଷ୍ଟ କରୁଥିବା ଲେ।।କଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ୟି ହୋଇଛି । ପୁଲିସର ତ୍ୱରିତ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲ ପ୍ରଶଂସା କରିଛି ।
previous post
next post
