ଅପରାଧ

ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

ହିଞ୍ଜିଳି: କିଛି ଦିନର ବ୍ୟବଧାନ ପରେ ପୁଣି ହିଞ୍ଜିଳି ପୋଲିସ ଗଞ୍ଜେଇ ବେପାରୀକୁ କାବୁ କରିଛି । ଥାନା ପକ୍ଷରୁ ମଙ୍ଗଳବାର ଖଣ୍ଡରା ଛକରେ ଯାନ ବାହାନ ଚେକିଂ ·ଲୁଥିବା ବେଳେ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ଆସିକାରୁ ବ୍ରହ୍ମପୁର ଅଭିମୁଖେ ଅ।ସୁଥିବା ଏକ ଅଟୋରେ ଗଞ୍ଜେଇ ଆସୁଛି । ସେହି ଅଟୋ କୁ ଅଟକ ରଖି ଚେକିଂ କରିଥିଲା । ଅଟୋରେ ଥିବା ୨ ବସ୍ତା ଦେଖିବାକୁ ମିଳିଥିଲା । ସେହି ବସ୍ତା ଚେକ କରିବା ସମୟରେ ସେଥିରେ ଗଞ୍ଜେଇ ମିଳିଥିଲା, ଯାହା ୫୪ କେଜି ହେବ । ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି । ସେମାନଙ୍କ ନିକଟରୁ ୩ ମୋବାଇଲ ଫୋନ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଅ ।ସିକା ଥାନା ଅଞ୍ଚଳର ବୁଲୁ କୁମାର ପ୍ରଧାନ, ସୀମାଞ୍ଚଳ ପାତ୍ର ଓ ବନମାଳୀ ସ୍ୱାଇଁ । ବନମାଳୀଙ୍କ ଘର ବଡ଼ଗଡ଼ ରୁଗୁମୁ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏ ନେଇ ଥାନାରେ କେସ୍ ନଂ. ୯୧/୨୦ରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ·ଲାଣ କରାଯାଇଥିବା ଆଇଆଇସି ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି ।

Related posts

ମନ୍ଦିରର ଚାବି ଭାଙ୍ଗି ଚୋରି

mahabharatanews

ଇଂଷ୍ଟାକାର୍ଟ ଶାଖା ଚୋରି ଘଟଣାର ପର୍ଦ୍ଦାଫାସ

mahabharatanews

କ୍ୱାରେଣ୍ଟାଇନ ସେଣ୍ଟରରେ ଧର୍ଷଣ ଉଦ୍ୟମ

mahabharatanews