Uncategorized

କରୋନା ପ୍ରତିଷେଧକ ପାଇଁ ପ୍ରସ୍ତୁତି ଚଳାଇଛି ଭାରତ

ନୂଆଦିଲ୍ଲୀ: ଭାରତ ଆମେରିକା ଓ ଇସ୍ରାଏଲ୍‍ ସହ ମିଶି କୋଭିଡ-୧୯ର ପ୍ରତିଷେଧକ ବାହାର କରିବା ପାଇଁ କାର୍ୟ୍ୟ କରୁଛି। ସେହିପରି ଭାରତ ନିଜକୁ ଭବିଷ୍ୟତରେ କୋଭିଡ-୧୯ ଭଳି ଭୂତାଣୁର ମୁକାବିଲା କରିବାକୁ ଉତ୍ତମ ରୂପେ ପ୍ରସ୍ତୁତ କରିଛି। ଏଥିପାଇଁ ଭାରତର ଦୀର୍ଘ ଦିନର ଗବେଷଣା ଓ ଦେଶର ବୈଜ୍ଞାନିକମାନଙ୍କ ମଧ୍ୟରେ ଜିଜ୍ଞାସୁ ମନୋଭାବର ବିକାଶ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ସଚିବ ଡକ୍ଟର ଆଶୁତୋଷ ଶର୍ମା ଏ କ୍ଷେତ୍ରରେ ଘଟିଥିବା ଅଗ୍ରଗତି ଗୁଡ଼ିକ ବିଷୟରେ ସୂଚନା ଦେଇଛନ୍ତି। ଦେଶରେ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ସଂକ୍ରାନ୍ତରେ ଗବେଷଣା ଉପରେ ଡକ୍ଟର ଶର୍ମା କହିଛନ୍ତି, ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ଏ କ୍ଷେତ୍ରରେ ଅଗ୍ରଗତି ହାସଲ କରିବା ପାଇଁ ଅନେକ ପ୍ରତିଷ୍ଠାନକୁ ସହାୟତା କରୁଛି। ସେ କହିଛନ୍ତି, ଭାରତ ଏ ଦିଗରେ ଆମେରିକା ଓ ଇସ୍ରାଏଲ୍‍ ସହ ଗବେଷଣାର ଫଳାଫଳର ଆଦାନ ପ୍ରଦାନ କରୁଛି।

Related posts

ଲକଡାଉନ ମଧ୍ୟରେ ଶୀତଳଭଣ୍ଡାର ସୁବିଧା ଯୋଗଇଦେବାକୁ ସ୍ୱାମୀନାଥନଙ୍କ ପରାମର୍ଶ

mahabharatanews

ମୁମ୍ବାଇ ବିପିସିଏଲ ପ୍ଲାଣ୍ଟରେ ନିଆଁ

mahabharatanews

ନେତାଜୀଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି

mahabharatanews